ମୌସୁମୀ ଆଉ ୨ ଦିନ, ୨୮ରୁ ପାଗ ଶୁଖିଲା
![](https://www.odishalink.com/wp-content/uploads/2019/11/rain.jpg)
ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ଥିବା ମୌସୁମୀ ଆଉ ୨ ଦିନ ପର୍ଯ୍ୟନ୍ତ ରହିବ। ୨ ଦିନ ପରେ ଓଡ଼ିଶାରୁ ଫେରିଯିବ ମୌସୁମୀ। ମୌସୁମୀ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା ରହିଥିବା ବେଳେ ଅକ୍ଟୋବର ୨୮ରୁ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଉପକୂଳ ଓଡ଼ିଶା ସମେତ ୬ଟି ଜିଲାରେ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା ରହିଛି। କେନ୍ଦୁଝର, ରାୟଗଡ଼ା, ମୟୂରଭଞ୍ଜ, କୋରାପୁଟ, କନ୍ଧମାଳ ଜିଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ଅକ୍ଟୋବର ୨୮ ପର୍ଯ୍ୟନ୍ତ କିଛି ଜିଲାରେ ସ୍ବଳ୍ପରୁ ମଧ୍ୟମ ଧରଣ, ବର୍ଷା ସମ୍ଭାବନା ରହିଛି। ଅକ୍ଟୋବର ୨୮ ପରେ ପାଗ ଶୁଖିଲା ରହିବ ଏବଂ ମୌସୁମୀ ଓଡ଼ିଶାରୁ ଫେରିଯିବ ବୋଲି ମୌସୁମୀ ପ୍ରତ୍ୟାଗମନ ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଦିଆଯାଇଛି।
Comments are closed.