କନ୍ଦଉଛି ପିଆଜ, ସପ୍ତାହେ ଭିତରେ କେଜି ପିଛା ୯୦ ଟଙ୍କା

ଭୁବନେଶ୍ବର: କରୋନା ସଙ୍କଟ ମଧ୍ୟରେ ବଜାରରେ ଆକାଶଛୁଆଁ ପରିବା ଦର। ଏହା ଖାଉଟି ମାନଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି । ଆଳୁ ଓ ପିଆଜ ଦରବୃଦ୍ଧି ପାଇବା ସହିତ ଅନ୍ୟ ପରିବା ଦର ପାଖାପାଖି ୬୦ରୁ ଅଧିକ ରହିଛି । ତେବେ ହୁ ହୁ ହୋଇ ବଢ଼ି ଚାଲିଛି ପିଆଜ ଦର। ସପ୍ତାହେ ଭିତରେ କେଜି ପିଛା ୫୦ରୁ ୯୦ ଟଙ୍କାକୁ ଛୁଇଁଲାଣି। ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇ ସାରିଲାଣି ।
ସେପଟେ ହୋଲସେଲ ଦର ବଢୁଥିବାରୁ ପିଆଜର ବଜାର ମୂଲ୍ୟ ବି ବଢୁଥିବା କହିଛନ୍ତି ଖୁଚୁରା ବ୍ୟବସାୟୀ। ନାସିକ୍ରେ ପିଆଜ ଦର ଉଚ୍ଚା ରହିଥିବାରୁ ପାଇକାରୀ ଦର ଏଠି ବି ଆକାଶ ଛୁଆଁ ହୋଇଥିବା କହିଛି ବ୍ୟବସାୟୀ ସଂଘ।ପିଆଜ ଦର ବୃଦ୍ଧି ପରେ କଳାବଜାରୀ ରୋକିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଖାଦ୍ୟ ଯୋଗାଣ ବିଭାଗ କମିଶନର।
ଅସାଧୁ ବ୍ୟବସାୟୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଜାରରେ ପିଆଜ ମହଜୁଦ ଓ ଦର ଉପରେ ଧ୍ୟାନ ରଖିବାକୁ ନିର୍ଦ୍ଦେଶ ସହ ପ୍ରତିଦିନ ହୋଲସେଲ୍ ଓ ଖୁଚୁରା ଦୋକାନରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
Comments are closed.