ପୋଷ୍ଟାଲ୍ ବାଲାଟରେ ବଡ଼ ତ୍ରୁଟି, ନିର୍ବାଚନ ଅଧିକାରୀ ଚୁପ୍
ବାଲେଶ୍ୱର: ଜଣେ ମହିଳା ଦିବ୍ୟାଙ୍ଗ ନ ହୋଇ ମଧ୍ୟ ତାଙ୍କୁ ଦିବ୍ୟାଙ୍ଗ ଦର୍ଶାଇ ପୋଷ୍ଟାଲ୍ ବାଲାଟରେ ଭୋଟ୍ ନିଆ ଯାଇଛି। ଏଭଳି ଏକ ସାଂଘାତିକ ତ୍ରୁଟି ପୁରୁଣା ବାଲେଶ୍ୱର ଏକ ନମ୍ବର ୱାର୍ଡରେ ଦେଖିବାକୁ ମିଳିଛି।
ଦିବ୍ୟାଙ୍ଗ, କରୋନା ସଂକ୍ରମିତ ଏବଂ ୮୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଖରେ ନିର୍ବାଚନ ଅଧିକାରୀ ପହଞ୍ଚି ଭୋଟ୍ ନେଉଛନ୍ତି। ତେବେ ସଂପୃକ୍ତ ମହିଳାଙ୍କ ପୂର୍ବରୁ ବାଲାଟ୍ ପେପରରେ ତ୍ରୁଟି ଥିବାରୁ ଏପରି ହେଇଥିବା ଅନୁମାନ କରାଯାଉଛି।
ଉପନିର୍ବାଚନ ପୂର୍ବରୁ ସର୍ଭେ ବି ଚଳିତ ଥର ହୋଇନି। ତେବେ ଏହାକୁ ନେଇ ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।
Comments are closed.