କରୋନା: ଦେଶରେ ଚିହ୍ନଟ ୫୩୩୭୦; ମୋଟ ଆକ୍ରାନ୍ତ ୭୮ ୧୪୬୮୨
![](https://www.odishalink.com/wp-content/uploads/2020/08/corona-1.jpg)
ନୂଆଦିଲ୍ଲୀ: ଦୀର୍ଘ ୭ ମାସ ହେବ ଦେଶରେ କାରନା ସଂଖ୍ୟା ବଢ଼ୁ ଥିବା ବେଳେ ଏବେ ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଦେଶରେ ୫୩,୩୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୫୦ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୭ ହଜାର ୯୫୬ରେ ପହଞ୍ଚିଛି।
ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ଲକ୍ଷ ୧୪ ହଜାର ୬୮୨କୁ ବୃଦ୍ଧି ପାଇଛି। ମୋଟ ୬,୮୦,୬୮୦ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୭୦,୧୬,୦୪୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
Comments are closed.