କୋଲବ୍ଲକ ଆବଣ୍ଟନ ଦୁର୍ନୀତି ମାମଲା: ଦିଲ୍ଲୀପ ରାୟ ସମେତ ୩ଜଣଙ୍କୁ ୩ ବର୍ଷ ଜେଲ ଦଣ୍ଡ
ନୂଆଦିଲ୍ଲୀ: ଆଜି କୋଲବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ରାୟ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ଶୁଣାଇଛନ୍ତି। ଝାରଖଣ୍ଡରେ ଏକ କୋଲବ୍ଲକ ଆବଣ୍ଟନ ବେଳେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ଶୁଣାଣି କରି କୋର୍ଟ ଦିଲ୍ଲୀପଙ୍କ ସହ ଅନ୍ୟ ୨ ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସିବିଆଇ କୋର୍ଟ ଗତ ଶୁଣାଣି ବେଳେ ଏହି ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । କେବଳ ରାୟ ଶୁଣାଣି ବାକି ଥିଲା। ଆଜି ଏହି ମାମଲା ଉପରେ ରାୟ ଶୁଣାଇଛନ୍ତି ସିବିଆଇ କୋର୍ଟ।
ପ୍ରକାଶ ଯେ, ମନ୍ତ୍ରୀ ଦିଲ୍ଲୀପ ରାୟ ୧୯୯୯ ମସିହାରେ ଝାରଖଣ୍ଡ ଗିରୀଡିହ ସ୍ଥିତ ବ୍ରହ୍ମାଡିହ କୋଇଲା ଖାଦାନ ଆବଣ୍ଟନ ବେଳେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ୬ ଅକ୍ଟୋବରରେ ଦିଲ୍ଲୀପଙ୍କ ସମେତ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ଏହି ମାମଲାରେ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କୁ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇ ସରିଛନ୍ତି। ତାଙ୍କୁ ୩ ବର୍ଷ ଜେଲ ସହ ୨୫ ଲକ୍ଷ ଟଙ୍କାର ଜରିମାନା ଶୁଣାଇଥିଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ।
Comments are closed.