Odisha Link
Bridging the Missing Links in Odisha

ବାରହା ଶିକାର, ଦୁଇ ଗିରଫ

ପାଇକସାହି: ଗତ କାଲି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ ହାତୀଧରା ଜଙ୍ଗଲରୁ ଦୁଇଟି ଜଙ୍ଗଲୀ ବାରହା ଶିକାର କରାଯାଇଛି।

ବନ ବିଭାଗ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫକରିଛି । ଏସେମାନେ ହେଲେ କେଞ୍ଚୁଆ ନାଳୀ ଗାଁର ତୋଫାନ ଭୋଇ (୩୦) ଓ ପ୍ରଫୁଲ୍ଲ ଭୋଇ(୬୦) । ଅନ୍ୟ ଚାରି ଅଭିଯୁକ୍ତ ଫେରାର ଅଛନ୍ତି।

ବନ ବିଭାଗର ସୂଚନା ମୁତାବକ, ଏହି ଅଭିଯୁକ୍ତମାନେ ବାରହା ଶିକାର ଉଦ୍ଦେଶ୍ୟରେ କ୍ଷେତ ନିକଟରେ ବିଦ୍ୟୁତ ତାର ବିଛାଇ ଥିଲେ, ଯାହାର ସଂସ୍ପର୍ଶରେ ଆସି ଦୁଇଟି ବାରହା ମୃତ୍ୟୁ ବରଣ କରିଛନ୍ତି। ବନ ବିଭାଗ ଦୁଇଟି ବାରହାଙ୍କର ମୃତଦେହ ଜବତ କରିଛି।

Comments are closed.