ସ୍ୱାମୀ ଆଗରେ ସ୍ତ୍ରୀକୁ ଦୁଷ୍କର୍ମ, ଢାବାର ମ୍ୟାନେଜର୍ ଗିରଫ

ଭୁବନେଶ୍ବର: ସ୍ୱାମୀ ଆଗରେ ସ୍ତ୍ରୀକୁ ଦୁଷ୍କର୍ମ କଲେ ଦୁର୍ବୃତ୍ତ । ଏହି ଅଭାନୀୟ ଘଟଣାଟି ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍ ଛକର ଏକ ନାମକରା ଢାବାରେ ଘଟିଛି। ଏପରି ଏକ ଲଜ୍ଜାଜନକ ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଅଟକାଇବାରୁ ମାଡ଼ ମାରିବା ସହ ଚାକିରି ନେଇଯିବା ଧମକ ଦେଇଥିଲେ ଦୁର୍ବୃତ୍ତ।
ସୂଚନାନୁଯାୟୀ, ମାଷ୍ଟରକ୍ୟାଣ୍ଟିନ ବସ୍ଷ୍ଟାଣ୍ଡରୁ ବାହାରିବା ରାସ୍ତାରେ ରହିଥିବା ଏହି ଢାବାରେ ଏକ ଗରିବ ଦମ୍ପତି କାମ କରନ୍ତି । ତେବେ ଦୀର୍ଘ ଦିନ ହେବ ଢାବାର ମ୍ୟାନେଜର୍ ସୁକାନ୍ତ ଉକ୍ତ ମହିଳାଙ୍କ ଉପରେ ଆଖି ପକାଇଥିଲା ।
ଶନିବାର ସଂଧ୍ୟାରେ ଢାବାରେ କେହି ନଥିବା ସୁଯୋଗରେ ସେ ମହିଳାଙ୍କୁ ଦୁଷ୍କର୍ମ କରିଥିଲା । ତେବେ ଏହି ସମୟରେ ବାହାରକୁ ଯାଇଥିବା ମହିଳାଙ୍କ ସ୍ୱାମୀ ଫେରି ଆସିବା ସହ ପ୍ରତିବାଦ କରିବାରୁ ସୁକାନ୍ତ ତାଙ୍କୁ ମାଡ଼ ମାରିବା ସହ କଥା ଆଗକୁ ବଢ଼ାଇଲେ ଚାକିରି ନେଇଯିବାର ଧମକ ଦେଇଥିଲା ।
ଏହି ଗରିବ ଦମ୍ପତିଙ୍କ ପାଖରେ ରୋଜଗାରର ଅନ୍ୟ କୌଣସି ପନ୍ଥା ନଥିବାରୁ ଉଭୟ ଚୁପ୍ ରହିଥିଲେ । କାଳେ ଉଭୟ ଥାନାରେ ଅଭିଯୋଗ କରିଦେବେ, ତେଣୁ ସୁକାନ୍ତ କେତେକ ଦଲାଲଙ୍କ ସହାୟତାରେ ଆପୋଷ ବୁଝାମଣା ପାଇଁ ଉଦ୍ୟମ କରିଥିଲା । କିନ୍ତୁ କ୍ୟାପିଟାଲ ଥାନା ଇନ୍ସପେକ୍ଟର ଗିରିଜା ଶଙ୍କର ଚକ୍ରବର୍ତ୍ତୀ କୌଣସି ସୂତ୍ରରୁ ଖବର ପାଇ ଢାବାରେ ଚଢ଼ଉ କରି ସୁକାନ୍ତଙ୍କୁ ଗିରଫ କରିଥିଲେ ।
Comments are closed.