ଅନୁଗୁଳ ବିଷାକ୍ତ ମଦ ମୃତ୍ୟୁ ଘଟଣା: ଚାଲିଗଲା ଆଉ ଜଣଙ୍କ ଜୀବନ
ଅନୁଗୁଳ: ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତ ପଥରଗଡ଼ ଗ୍ରାମରେ ଘଟିଥିବା ବିଷାକ୍ତ ମଦ ମୃତ୍ୟୁ ମାମଲାରେ ଆଉ ଜଣଙ୍କର ଜୀବନ ଚାଲିଯାଇଛି। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁହୋଇଥିବାବେଳେ ଆଜି ଆଉ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଉକ୍ତ ଗ୍ରାମର ପ୍ରମୋଦ ସାହୁ। ସେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ତେବେ ଚିନ୍ତାଜନକ ବିଷୟ ହେଉଛି ଏହି ବିଷାକ୍ତ ମଦ ପିଇଥିବା ଆହୁରି ତିନିଜଣ ଲୋକ ଗୁରୁତର ଅଛନ୍ତି।
ପ୍ରକାଶ ଯେ, ଏହି ଶ୍ରମିକ ଏବଂ ମିସ୍ତ୍ରୀମାନେ ସ୍ଥାନୀୟ ଅଞ୍ଚଳରେ ଏକ ଘରର ଛାତ ପକାଇବା କାମରେ ନିୟୋଜିତ ଥିଲେ। ମୃତ ପ୍ରମୋଦ ଭୋଜି ରାନ୍ଧିବା ପାଇଁ ସେଠାକୁ ଯାଇଥିଲା। ଏହି ଛାତ କାମ ଜଣେ ଠିକାଦାର ନେଇଥିଲା। ସେ ହିଁ କୁଆଡେ ଶ୍ରମିକ, ରାଜ ମିସ୍ତ୍ରୀ ଏବଂ ରୋଷେୟାକୁ ରନ୍ଧା ମହୁଲି ମଦ ଦେଇଥିଲା ବୋଲି ଗାଁ ଲୋକେ ପ୍ରକାଶ କରିଛନ୍ତି। ଠିକାଦାର ହିଁ ଏକ ଜଙ୍ଗଲରେ ମଦ ରାନ୍ଧୁ ଥିବା କଥା ପଦାକୁ ଆସିଛି। ତେବେ ଏ ଠିକାଦାର କିଏ ଓ କେଉଁଠି ମହୁଲି ରାନ୍ଧୁଥିଲେ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଆଲୋଚନା ହେଉଛି।
Comments are closed.