Odisha Link
Bridging the Missing Links in Odisha

କରୋନା: କଟକ ସହରରୁ୬୧ ଜଣ ପଜିଟିଭ ଚିହ୍ନଟ, ୪୭ଜଣ ସୁସ୍ଥ

କଟକ: ଦୀର୍ଘ ୭ ସାତ ମାସ ପରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଆଜି କଟକ ସହରରୁ ମୋଟ ୬୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଙ୍ଗୋରୋଧରୁ ୧୫ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୬ଜଣ ଅଛନ୍ତି। ଏହା ସହ ଆଜି ୪୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ଏନେଇ ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଙ୍ଗରୋଧରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୬ ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି। ଗୃହ ସଙ୍ଗରୋଧରୁ ଚିହ୍ନଟ ୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଣ୍ଡରପୁରରୁ ୨ଜଣ, ତେଲେଙ୍ଗାବଜାର ଓ ତୁଳସୀପୁରର ଶ୍ରୀବିହାର କଲୋନୀରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Comments are closed.