ମୁମ୍ବାଇରେ ବଡ଼ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା: ଗୁଇନ୍ଦା ବିଭାଗ
ମୁମ୍ବାଇ: ଭାରତର ଅର୍ଥନୈତିକ ରାଜଧାନୀ ମୁମ୍ବଇ ଉପରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ରହିଛି। ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ନେଇ ରାଜ୍ୟର ଗୁଇନ୍ଦା ସଂସ୍ଥା ପକ୍ଷରୁ ରାଜ୍ୟ ସରକାରଙ୍କୁ ସତର୍କ ସୂଚନା ଦିଆଯାଇଛି। ଗୁଇନ୍ଦା ବିଭାଗ ଅନୁଯାୟୀ, ଆସନ୍ତା ୩୦ ଦିନ ମଧ୍ୟରେ ମୁମ୍ବାଇରେ ଡ୍ରୋନ୍, ରିମୋଟ ନିୟନ୍ତ୍ରିତ ମାଇକ୍ରୋ ଲାଇଟ୍ ଏୟାରକ୍ରାପ୍ଟ, ଏରିଅଲ୍ ମିସାଇଲ୍ କିମ୍ବା ପାରା ଗ୍ଲାଇଡର୍ସ ଦ୍ୱାରା ଆକ୍ରମଣ କରାଯାଇପାରେ। ଗୁଇନ୍ଦା ବିଭାଗର ସୂଚନା ପରେ ମୁମ୍ବଇ ପୁଲିସ ସହରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦେଇଛି।
ଗୁଇନ୍ଦା ବିଭାଗର ସୂଚନା ଅନୁସାରେ, ଆସନ୍ତା ମାସ ହେଉଛି ପର୍ବପର୍ବାଣୀ ମାସ ତେଣୁ ଦୋକାନ ବଜାର ଭିଡ଼ ରହିବ ଏହାକୁ ଦୃଷ୍ଟିରେ ରଖି ଭିଡ଼ ସ୍ଥାନରେ କିମ୍ବା କୌଣସି ନିର୍ଦ୍ଦିଷ୍ଟ ଭିଆଇପି ଅଞ୍ଚଳରେ ଏଭଳି ଆକ୍ରମଣ ହେବାର ଆଶଙ୍କା ରହିଥିବା ସୂଚନା ମିଳିଛି। ଏପରି ପରିସ୍ଥିତିରେ ଡ୍ରୋନ୍, ଲାଇଟ ଏୟାରକ୍ରାପ୍ଟ, ପାରା ଗ୍ଲାଇଡିଂକୁ ୩୦ ଦିନ ପାଇଁ ନିଷେଧ କରାଯାଇଛି। ନିଷେଧାଦେଶ ଅକ୍ଟୋବର ୩୦ରୁ ନଭେମ୍ବର ୨୮ ପର୍ଯ୍ୟନ୍ତ ଜାରି ରହିବ। ପୋଲିସ ପୂରା ସହରରେ ଧାରା ୧୪୪ ଲଗାଇ ଦେଇଛି ଏବଂ ଭିଡ଼ ଉପରେ ମଧ୍ୟ ରୋକ ଲଗାଇଛି। ଗୁଇନ୍ଦା ବିଭାଗରୁ ହାଇ ଆଲର୍ଟ ପାଇବା ପରେ ପୋଲିସ ସତର୍କ ରହିଛି।
Mumbai Police has issued an order under section 144 of CrPC banning drones, remote-controlled micro-light aircraft, aerial missiles and paragliders in the area under the jurisdiction of Brihanmumbai Police Commissionerate from 30th October to 28th November. pic.twitter.com/AAYRtf3ykN
— ANI (@ANI) October 27, 2020
ସାର୍ବଜନୀନ ସମ୍ପତ୍ତି ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ଥାଇପାରେ ବୋଲି ଆଶଙ୍କା କରାଯାଉଛି। ଯେ କେହି ବି ଏହି ଆଦେଶ ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ ଆଇପିସି ୧୮୬୦ ର ଧାରା ୧୮୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚେତାବନୀ ଦେବା ସହ ପୋଲିସ କହିଛି ଯେ, ସାଧାରଣ ଲୋକ ଭୟଭୀତ ହୁଅନ୍ତୁ ନାହିଁ ବରଂ ସତର୍କ ରୁହନ୍ତୁ।
Comments are closed.