ରୋହିତଙ୍କ ନେଟ୍ ପ୍ରାକ୍ଟିସ୍ ସମୟର ଫଟୋ ସେୟାର କଲା ମୁମ୍ବାଇ ଇଣ୍ଡିଆନ୍ସ, ଅଷ୍ଟ୍ରେଲିଆ ଗସ୍ତରୁ ବାଦ ପଡ଼ିବା ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ନଭେମ୍ବର ୧୦ ତାରିଖରେ ଖେଳାଯିବ ଚଳିତ ଆଇପିଏଲ ସଂସ୍କରଣର ଫାଇନାଲ ମୁକାବିଲା। ଏଥିସହିତ ଚଳିତ ଆଇପିଏଲ ସଂସ୍କରଣର ଜବନିକା ପଡ଼ିବ। ଏହି ଫଟାଫଟ ମହାକୁମ୍ଭ ସରିବା ପରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ସେଠାରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୩ଟ ଟି-୨୦, ୩ଟି ଦିନିକିଆ ଓ ୪ଟି ଟେଷ୍ଟ ମ୍ୟାଚ ଖେଳିବ। ସେଥିପାଇଁ ସୋମାର ବିସିସିଆଇ ଘୋଷଣା କରିଛି ଖେଳାଳିଙ୍କ ନାମ। ତିନୋଟି ଫର୍ମାଟର ଅଧିନାୟକ ଭାବେ ପୂର୍ବଭଳି ବିରାଟ କୋହଲିଙ୍କୁ ଦାୟିତ୍ବ ମିଳିଛି। ସବୁଠୁ ବଡ଼ କଥା ହେଲା ଆହତ କାରଣରୁ ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରୋହିତ ଶର୍ମା ଓ ଈଶାନ୍ତ ଶର୍ମା ଏହି ଅଷ୍ଟ୍ରେଲିଆ ଗସ୍ତରୁ ବାଦ ପଡ଼ିଛନ୍ତି। ସବୁଠାରୁ ବଡ଼ କଥା ହେଲା ଟିମ୍ ଇଣ୍ଡିଆରେ ବହୂ ଯୁବ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ସ୍ଥାନ ମିଳିଛି।
ବିସିଆଇ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଚୟନର କିଛି ସମୟ ପରେ ମଜାଦାର ଘଟଣା ଦେଖିବାକୁ ମିଳିଛି। ବିସିସିଆଇ ଟିମ୍ ଘୋଷଣା କରିବାର କିଛି ସମୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ନେଟ୍ ପ୍ରାକ୍ଟିସ୍ କରିବାର ଫଟୋ ସେୟାର କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଆହତ କାରଣରୁ ସେ ଦୁଇଟି ମ୍ୟାଚ୍ ଖେଳି ନଥିଲେ। ହେଲେ ଏବେ ସେ ପୁରା ସମୟ ନେଟ୍ସ ପ୍ରାକ୍ଟିସରେ ଅତିବାହିତ କରୁଥିବାର ଦେଖିବାକୁ ମିଳିଛି। ଅନ୍ୟପଟେ ଆହତ କାରଣରୁ ଟିମରୁ ବାଦ ପଡ଼ିଥିବା ରୋହିତଙ୍କ ଏହି ଫଟୋକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।
Just what we love to see! Hitman in action at today’s training 😍#OneFamily #MumbaiIndians #MI #Dream11IPL @ImRo45 pic.twitter.com/FBYIyhtcOW
— Mumbai Indians (@mipaltan) October 26, 2020
ତେବେ ଏଠି କ୍ରିକେଟ ପ୍ରେମୀ ମାନେ ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଇଛନ୍ତି ଯେ, ଯଦି ରୋହିତ ଶର୍ମା ଆହତ ହୋଇଛନ୍ତି ତେବେ ସେ କେମିତି ନେଟ୍ ପ୍ରାକ୍ଟିସ୍ କରୁଛନ୍ତି? ଜଣେ ଖେଳାଳି ପୁରାପୁରି ସୁସ୍ଥ ଥିବ ତେବେ ଯାଇ ସେ ନେଟ୍ସରେ ପ୍ରାକ୍ଟିସ୍ କରିଥାଏ। ଆଉ ସୋସିଆଲ ମିଡିଆରେ ସେୟାର ହୋଇଥିବା ଫଟୋ ଦେଖିଲେ ଲାଗୁଛି ଯେ ରୋହିତ କେବଳ ଫିଟ୍ ନୁହେଁ ସେ ମ୍ୟାଚ୍ ଖେଳିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଏପରିକି କିଛି କ୍ରିକେଟ ପ୍ରେମୀ ସୋସିଆଲ ମିଡିଆରେ ବିସିସିଆଇର ଟିମ୍ ଚୟନକୁ ନେଇ ପ୍ରଶ୍ନ କରିବା ସହିତ ବିସିସିଆଇ କିଛି କଥା ଲୁଚାଊଥିବା ଅଭିଯୋଗ ଆଣିଛନ୍ତି। ତେବେ ଅଷ୍ଟ୍ରେଲିଆ ଗସ୍ତରୁ ବାଦ ପଡ଼ିଥିବା ରୋହିତଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ସାରିଥିବା ବେଳେ ଏହି ଚର୍ଚ୍ଚାରେ କେବେ ବିରାମ ଲାଗୁଛି ଦେଖିବାକୁ ରହିଲା।
ସୋମବାର ବିସିସିଆଇ ଘୋଷଣା କରିଥିବା ଖେଳାଳି ମାନଙ୍କ ନାମ ହେଲା।
ଟି-୨୦ ଟିମ୍: ବିରାଟ କୋହଲି(ଅଧିନାୟକ), କେଏଲ ରାହୁଲ(ଉପ-ଅଧିନାୟକ,ଓ୍ବିକେଟ କିପର)., ଶିଖର ଧାଓ୍ବନ, ମୟଙ୍କ ଅଗ୍ରଓ୍ବାଲ, ଶ୍ରେୟସ୍ ଆୟର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡିଆ, ସଞ୍ଜୁ ସାମସନ୍(ଓ୍ବିକେଟ କିପର), ରବିନ୍ଦ୍ର ଜାଡେଜା, ଓ୍ବାଶିଂଟନ ସୁନ୍ଦର, ୟୁବେନ୍ଦ୍ର ଚାହଲ, ଯଶପ୍ରୀତ୍ ବୁର୍ମା , ମହମ୍ମଦ ସାମି, ନଭଦୀପ ସାଇନି, ଦୀପକ ଚାହର, ବରୁଣ ଚକର୍ବର୍ତ୍ତୀ।
ଦିନିକିଆ ଟିମ୍: ବିରାଟ କୋହଲି(ଅଧିନାୟକ), କେଏଲ ରାହୁଲ (ଉପ-ଅଧିନାୟକ,ଓ୍ବିକେଟ କିପର), ଶିଖର ଧାଓ୍ବନ, ଶୁଭମନ ଗିଲ୍, ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡିଆ, ମୟଙ୍କ ଅଗ୍ରଓ୍ବାଲ, ରବିନ୍ଦ୍ର ଜାଡେଜା, ୟୁବେନ୍ଦ୍ର ଚାହଲ, କୁଲଦୀପ ଯାଦବ, ଯଶପ୍ରୀତ୍ ବୁର୍ମା, ମହମ୍ମଦ ସାମି, ନଭଦୀପ ସାଇନି, ଶର୍ଦ୍ଦୁଲ ଠାକୁର।
ଟେଷ୍ଟ ଟିମ୍: ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାନେ(ଉପ-ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ପୃଥ୍ବୀ ଶ, କେଏଲ ରାହୁଲ, ଚେତେଶ୍ବର ପୂଜାରା, ହନୁମା ବିହାରୀ, ଶୁଭମନ ଗିଲ୍, ରିଦ୍ଧିମାନ ଶାହ(ଓ୍ବିକେଟକିପର), ଋଷଭ ପନ୍ଥ(ଓ୍ବିକେଟ କିପର), ଯଶପ୍ରୀତ୍ ବୁର୍ମା, ମହମ୍ମଦ ଶାମି, ଉମେଶ ଯାଦବ, ନବଦୀପ ଶାଇନି, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ବିନୀ, ମହମ୍ମଦ ଶାମି।
ଏଥିସହିତ ୪ଜଣ ଅତିରିକ୍ତ ବୋଲର ଟିମ୍ ଇଣ୍ଡିଆ ସହ ଗସ୍ତ କରିବେ। କମଲେଶ ନାଜକୋଟି, କାର୍ତ୍ତିକ ତ୍ୟାଗୀ, ଇଶନ୍ ପୋରେଲ ଓ ଟି ନଟରାଜନ।
Comments are closed.