Odisha Link
Bridging the Missing Links in Odisha

‘ମେରି ସହେଲି’ ଯୋଜନାର ଶୁଭାରମ୍ଭ, ଟ୍ରେନରେ ମହିଳା ଯାତ୍ରୀଙ୍କୁ ମିଳିବ ସୁରକ୍ଷା

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗର ବଡ଼ ପଦକ୍ଷେପ। ଟ୍ରେନ୍‌ରେ ଯାତ୍ରା କରୁଥିବା ମହିଳାଙ୍କୁ ମିଳିବ ସୁରକ୍ଷା। ଟ୍ରେନରେ ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆରପିଏଫ୍‌ ପକ୍ଷରୁ ‘ମେରି ସହେଲି’ ଅଭିଯାନ ଆରମ୍ଭ କରାଯାଇଛି। ଏଥିପାଇଁ ରେଲଓ୍ବ ପୋଲିସ୍‌ ବଳ (ଆରପିଏଫ୍)ର ମହିଳା କର୍ମଚାରୀ ମାନେ ଏହି କାର୍ଯ୍ୟରେ ନିୟୋଜିତ ହେବେ। ଯିଏକି ଟ୍ରେନରେ ମହିଳାଙ୍କ ଭଲ ମନ୍ଦ ବୁଝିବା ସହ ସୁରକ୍ଷା ପ୍ରଦାନ କରିବେ।

ରେଲଓ୍ବେ ସୁରକ୍ଷା ବଳ ଦ୍ବାରା ‘ମେରି ସହେଲି ଅଭିଯାନ’ର ଶୁଭାରମ୍ଭ କରାଯାଇଛି। ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଏହି ଅଭିଯାନ ଦ୍ବାରା ଏକୁଟିଆ ଯାତ୍ରା କରୁଥିବା ମହିଳାଙ୍କୁ ସୁରକ୍ଷା ଯୋଗାଇବେ ମହିଳା ପୋଲିସ୍‌ କର୍ମଚାରୀ। ଯଦି ଜଣେ ମହିଳା ଏକୁଟିଆ ଟ୍ରେନରେ ଯାତ୍ରା କରୁଥିବା ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ଶ୍ରୀଘ୍ର ରେଳ ସୁରକ୍ଷା ବଳ ହେଲ୍ପଲାଇନ୍‌ ନମ୍ବର ୧୮୨କୁ ଫୋନ୍‌ କରି ସୂଚନା ଦେଇ ପାରିବେ। ତାଙ୍କ ସୁରକ୍ଷା ପାଇଁ ତୁରନ୍ତ ମହିଳା ପୋଲିସ୍‌ କର୍ମଚାରୀ ପହଁଞ୍ଚିଯିବେ। ଏହି ଅଭିଯାନ ଦ୍ବାରା ବହୁ ଅପରାଧିକ ଘଟଣା ଉପରେ ଲଗାମ ଲଗାଯାଇ ପାରିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି।

ଏହି ଯୋଜାନ ବର୍ତ୍ତମାନ ସମୟରେ ଦୁଇଟି ଟ୍ରେନରେ କାର୍ଯ୍ୟକାରୀ ହୋଇଛି।ପ୍ରଥମ ପର୍ଯ୍ୟାୟରେ ମୁମ୍ବାଇ ସେଣ୍ଟ୍ରାଲ- ଜୟପୁର ସୁପରଫାଷ୍ଟ ଐକ୍ସପ୍ରେସ୍‌ ଓ ବାନ୍ଦ୍ରା ଟର୍ମିନସ୍-ଅମୃତସର ସ୍ପେଶାଲ ଟ୍ରେନ୍‌ ଏହି ଯୋଜନା ଲାଗୁ କରାଯାଇଛି। ପରବର୍ତ୍ତୀ ସମୟରେ ଅନ୍ୟ ଟ୍ରେନ୍‌ ଗୁଡ଼ିକରେ ମଧ୍ୟ ଏହି ସେବା ମିଳିପାରିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.