Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣା : ଜଣେ ମୃତ

ମୁଖୀଗୁଡା: ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହିଙ୍କର ମୃତ୍ୟୁ ଘଟିଛି।

ଏହି ଦୁର୍ଘଟଣାଟି ବାନେର-ଲଡୁଗାଁ ରାସ୍ତା ଶିବରାମପୁର ବୁଲାଣି ନିକଟରେ ଘଟିଛି । ମୃତ ଜଣକ ମୃଜୟପାଟଣା ଥାନା ଅନ୍ତର୍ଗତ ବାନେର ଗ୍ରାମର ପର୍ଶୁରାମ ପଟ୍ଟନାୟକ(୩୭)।

ସେ ଏକ ବାଇକରେ ଲୁହାବାହାଲରୁ ନିଜ ଗାଁକୁ ଫେରୁଥିବା ବେଳେ ଦିନପ୍ରାୟ ୧୧ଟା ୩୦ମିନିଟ ସମୟରେ ଲଡୁଗାଁ-ବାନେର ରାସ୍ତା ଶିବରାମପୁର ବୁଲାଣି ନିକଟରେ ବାଇକ ଭାରସାମ୍ୟ ହରାଇ ରାସ୍ତା କଡ ଗଛରେ ପିଟି ହୋଇଥିଲା।

ତାଙ୍କୁ ଜୟପାଟଣା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା।ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଜୟପାଟଣା ପୋଲିସ ଘଟଣାର ତଦନ୍ତ କରୁଛି। ଅଦ୍ୟାବଧି ଶବ ବ୍ୟବଚ୍ଛେଦ କରାଯାଇ ନାହିଁ।

Comments are closed.