ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ
ପୁଲୱାମା : କଶ୍ମୀରର ପୁଲୱାମା ଜିଲ୍ଲାର ଅୱନ୍ତିପୋରା ଠାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମୁହାଁ ମୁହିଁ । ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ ଜଣେ ଆତ୍ମସମର୍ପଣ କରିଛି ।
ସଂପୃକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଖବର ପାଇବା ପରେ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ ଅପରେସନ ଆରମ୍ଭ ହୋଇଥିଲା । ସୁରକ୍ଷା ବାହିନୀ ଅତଙ୍କବାଦୀ ଲୁଚି ରହିଥିବା ସ୍ଥାନରେ ଘେରି ଯିବା ପରେ ବିପୁଳ ପରିମାଣର ଆତଙ୍କବାଦୀ ଘେରି ଆସିଥିଲେ, ଯାହାକି ଏନ୍କାଉଣ୍ଟର୍ ପରିସ୍ଥିତି ଉପୁଜାଇଥିଲା।
ଏହି ଏନକାଉଣ୍ଟରରେ ଗୋଟିଏ ଏକେ ରାଇଫଲ ମଧ୍ୟ ପୁଲିସ୍ ଜବତ କରିଛି। କଶ୍ମୀର ଜୋନ୍ ପୁଲିସ୍ ଏକ ଭିଡିଓ ମଧ୍ୟ ସେୟାର କରିଛି, ଯେଉଁଥିରେ ଆତ୍ମସମର୍ପଣ କରିଥିବା ଆତଙ୍କବାଦୀ ନିଜ ପରିବାର ସଦସ୍ୟଙ୍କ ସହ ଭେଟ ହେଉଥିବା ଦେଖିବାକୁ ମିଳିଛି।
ସେନା ପକ୍ଷରୁ ଜାଣିବାକୁ ମିଳିଛି ଯେ ଆତ୍ମସମର୍ପଣ କରିଥିବା ଆତଙ୍କବାଦୀ ଜଣକ ପୁଲୱାମାର ଗୁଲସାନପୁର ବାସିନ୍ଦା ସାକିବ ଆକବର ୱାଜା । ସେ ପଞ୍ଜାବର ପଟିଆଲାରେ ବି ଟେକ୍ କରୁଥିଲେ।
ଏ ନେଇ କଶ୍ମୀର ଜୋନ୍ ପୁଲିସ୍ ଟୁଇଟ୍ କରି କହିଛି ଯେ ସାକିବ ଆକବର ୱାଜା ନାମକ ଜଣେ ଦ୍ୱିତୀୟ ଆତଙ୍କବାଦୀ ଲାଇଭ୍ ଏନକାଉଣ୍ଟର ସମୟରେ ଆତ୍ମସମର୍ପଣ କରିଛି।
Comments are closed.