Odisha Link
Bridging the Missing Links in Odisha

ରାସ୍ତା ଅବରୋଧ କଲେ ହାତୀ ପଲ

ଆଠଗଡ଼ : ଜଙ୍ଗଲ ଛାଡ଼ି ଗ୍ରାମଞ୍ଚଳକୁ ମୁହାଁଉଛନ୍ତି ହାତୀପଲ। ହାତୀ ପଲ ରାସ୍ତା ପାର ହେଉଥିବାର ଦୃଶ୍ୟ ୫୫ ନମ୍ବର ଜାତୀୟ ରାଜପଥ ବାଳି ନିକଟରେ ଦେଖିବାକୁ ମିଳିଛି । ଏହା ସ୍ଥାନୀୟବାସୀଙ୍କ ମନରେ ଭୟ ସୃଷ୍ଟି କରିଛି ।ଏଭଳି ଘଟଣା ଆଠଗଡ଼ ବାସିନ୍ଦାଙ୍କ ପାଇଁ ନୂଆ ନୁହେଁ । ହାତୀ ପାଖ ଜଙ୍ଗଲରୁ ବାହାରି ଫସଲ ନଷ୍ଟ କରିବା ସହ ଘର ଭାଙ୍ଗୁଛନ୍ତି ।

ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢୁଥିବାରୁ ବନବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ହାତୀ କେତେବେଳେ ବିପଦପୂର୍ଣ୍ଣ ଭାବେ ରେଳ ଧାରଣା ଉପରେ ଯାତାୟାତ କରୁଛନ୍ତି ତ କେତେବେଳେ ଜାତୀୟ ରାଜପଥ ଅବରୋଧ କରୁଛନ୍ତି।

ଗତକାଲି ଗୁରୁଡୁଝାଟିଆ-ମତ୍ସ୍ୟପୁର ରେଳ ଧାରଣା ଉପରେ ରେଳଲାଇନ ଅତିକ୍ରମ କରୁଥିବା ବେଳେ ଆଜି ସକାଳୁ ରାସ୍ତା ପାର ହେଉଥିବାର ଦେଖିବାକୁ ମିଳିଥିଲା। ଦୀର୍ଘ ଦିନ ହେବ ହାତୀମାନେ ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ କରୁଥିବାରୁ ସ୍ଥାନୀୟ ଅଞ୍ଚଳ ବାସୀ ଓ ବନବିଭାଗ ପାଇଁ ହାତୀ ସମସ୍ୟା ଏକ ମୁଖ୍ୟ କାରଣ ପାଲଟିଛି।

Comments are closed.