୨ରୁ ଖୋଲିବ ଏମ୍ସ ଓପିଡି
![](https://www.odishalink.com/wp-content/uploads/2020/10/AIIMSBBSR-650x430-1.png)
ଭୁବନେଶ୍ବର: ଦୀର୍ଘ ସାତ ମାସ ଧରି ବନ୍ଦ ରହିଥିବା ଭୁବନେଶ୍ୱର ଏମ୍ସର ବହିଃ ବିଭାଗ ପୁଣି କାର୍ଯ୍ୟକ୍ଷମ ହେବ। କୋଭିଡ୍ କଟକଣା ଭିତରେ ଆସନ୍ତା ନଭେମ୍ବର ୨ ତାରିଖରୁ ଆଉଟଡୋର୍ ପେସେଣ୍ଟଙ୍କୁ ଦେଖିବେ ଡାକ୍ତର। ପ୍ରଥମ ସପ୍ତାହରେ ଦୈନିକ ପ୍ରତି ବିଭାଗରେ ୩୦ ଜଣ ଓ ଦ୍ୱିତୀୟ ସପ୍ତାହ ନଭେମ୍ବର ୯ରୁ ଦୈନିକ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୫୦ ଜଣ କରାଯିବ।
କରୋନା ମହାମାରୀ କାୟା ବିସ୍ତାର କରିବା ପରେ ଏମ୍ସରେ ଆଉଟଡୋର ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା। ଏହି ସମୟରେ ଜରୁରୀକାଳୀନ ସେବା ସହ ଆନ୍ତଃ ବିଭାଗ ରୋଗୀ ସେବା ଜାରି ରହିଥିଲା। ଜୁଲାଇ ୧୦ରୁ ଆଉଟଡୋର ବନ୍ଦ ପରେ ଡାକ୍ତର ଫୋନ୍ ଜରିଆରେ ରୋଗୀଙ୍କୁ ସେବା ଯୋଗାଇ ଆସୁଥିଲେ। ରୋଗୀଙ୍କ ସୁବିଧା ପାଇଁ ‘ଏମ୍ସ ଭୁବନେଶ୍ୱର ସ୍ୱାସ୍ଥ୍ୟ’ ଆପ୍ ଲଞ୍ଚ କରିଥିଲା। ଯେଉଁ ଆପରେ ରୋଗୀ ସେମାନଙ୍କ ବିବରଣୀ ଦେଇ ଆବଶ୍ୟକୀୟ ଡାକ୍ତରୀ ସହାୟତା ପାଉଛନ୍ତି। ଟେଲି ମେଡିସିନ୍ ସେବା ଏବେ ମଧ୍ୟ ଜାରି ରହିଛି। ଆସନ୍ତା ୨ ତାରିଖରୁ ଭୁବନେଶ୍ୱର ଏମ୍ସର ୧୪ଟି ବହିଃ ବିଭାଗର ସେବା କାର୍ଯ୍ୟକ୍ଷମ ହେବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
Comments are closed.