ବୋମା ବିସ୍ଫୋରଣରେ ଜଣେ ମୃତ, ୨ ଗୁରୁତର

ଗଞ୍ଜାମ: ଗଞ୍ଜାମ ବଡ଼ଗଡ଼ ଭୀମପୁର ଗାଁରେ ବୋମା ବିସ୍ପୋରଣ। ବୋମା ଭିଡୁଥିବାବେଳେ ବିସ୍ପୋରଣ ଘଟିଥିବା ଜଣାପଡିଛି। ବିସ୍ପୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଭୀମପୁର ଗ୍ରାମର ବୁଲୁ ମଳିକ। ଆହତ ଦୁଇ ଜଣ ହେଲେ ଭୀମପୁର ଗ୍ରାମର ନନ୍ଦିଆ ନାୟକ ଓ ପ୍ରକାଶ ମାଝୀ।
ଆହତ ଦୁଇ ଜଣଙ୍କୁ ଶେରଗଡ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଏନେଇ ଖବର ପାଇ ବଡ଼ଗଡ଼ ପୁଲିସ ଘଟଣାରେ ପହଞ୍ଚି ଘଟଣାର ତଦନ୍ତ କରୁଛି।