ବାଲେଶ୍ୱର ଉପନିର୍ବାଚନ: ଡିଜିଟାଲ ପ୍ରଚାର କଲେ ବିଜେଡ଼ି ସୁପ୍ରିମୋ
ଭୁବନେଶ୍ବର: ଆସନ୍ତା ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଉପନିର୍ବାଚନ। ସମୟ ଯେତେ ପାଖଉଛି ବିଭିନ୍ନ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରଦାର ହେଉଛି। ଭିନ୍ନ ଭିନ୍ନ ପ୍ରସଙ୍ଗରେ ଉଷୁମ ହେଉଛି ଉପନିର୍ବାଚନ। ଏହାରି ଭିତରେ ଆଜି ସୁପ୍ରିମୋ ନବୀନ ପଟ୍ଟନାୟକ ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କରିଛନ୍ତି। ବାଲେଶ୍ୱର ବାସୀଙ୍କତୁ ସମ୍ବୋଧନ କରି ସେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଭୋଟ ଦେବାକୁ କହିଥିଲେ। ଏହାସହ ଏଥର ସେ ବିଜେପୁର ପରି ବାଲେଶ୍ୱର ଦାୟିତ୍ୱ ନେବେ ବୋଲି କହିଛନ୍ତି।
ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଜାଣେ ମୋ ପ୍ରତି ଆପଣଙ୍କର ଭଲ ପାଇବା ଅଛି। ମୁଁ ବାଲେଶ୍ୱର ଯାଇଥିଲେ ଆପଣ ବହୁ ସଂଖ୍ୟାରେ ଆସିଥାନ୍ତେ। ମୁଁ ଚାହେଁନା ଆପଣଙ୍କ ସ୍ୱାସ୍ଥ୍ୟ ବିପଦରେ ପଡୁ। ତେଣୁ କରୋନା ଗଲା ପରେ ମୁଁ ନିଶ୍ଚୟ ଯିବି। ବାଲେଶ୍ୱର ଆସିଲେ ମୁଁ ଫକୀର ମୋହନ ସେନାପତିଙ୍କୁ ମନେପକାଏ। ମୁଁ ତାଙ୍କୁ ବହୁତ ମାନେ। ତାଙ୍କ ରେବତୀ ଗଳ୍ପ ମତେ ବହୁତ ଭଲ ଲାଗେ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।
ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୯୯୯ ମସିହା ମହାବାତ୍ୟା କଥା ମନେ ପକାଇ ନବୀନ କହିଛନ୍ତି, ୧୯୯୯ରେ ମହାବାତ୍ୟା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କରିଥିଲା । ତଥାପି ଆମେ ଆଜି ଛିଡା ହୋଇଛି। ବିପର୍ଯ୍ୟ ପରିଚାଳନାରେ ସାରା ଦେଶ ପାଇଁ ଓଡିଶା ମଡେଲ ପାଲଟିଛି।
Comments are closed.