Odisha Link
Bridging the Missing Links in Odisha

କରୋନା: ଘରେ ବସି ନନ୍ଦନକାନନର ଜୀବଜନ୍ତଙ୍କୁ ଦେଖିପାରିବେ ପର୍ଯ୍ୟଟକ

ଭୁବନେଶ୍ୱର: କରୋନା କଟକଣା ପାଇଁ ଦୂରଦୂରାନ୍ତରୁ ନନ୍ଦନକାନନ ଆସି ପାରୁନଥିବା ପର୍ଯ୍ୟଟକଙ୍କ ପାଇଁ ଆସିଛି ଖୁସି ଖବର। ଯଦି କେହି ପର୍ଯ୍ୟଟକ ନନ୍ଦନକାନନ ଆସି ପାରୁନଥିବେ, ତାହେଲେ ସେମାନେ ଘରେ ବସି ନନ୍ଦନକାନନର ସମସ୍ତ ଜୀବଜନ୍ତଙ୍କୁ ଦେଖିବାର ସମସ୍ତ ଯୋଜନା କରିଛନ୍ତି ନନ୍ଦନକାନ କର୍ତ୍ତୃପକ୍ଷ।।

ନନ୍ଦନକାନନର ସମସ୍ତ ଜୀବଜନ୍ତଙ୍କ ଭିଡିଓ ୱେବସାଇଟରେ ଅପଲୋଡ କରାଯାଇଛି। nandankanan.org ୱେବସାଇଟକୁ ଯାଇ ଯେ କେହି ଘରେ ବସି ନନ୍ଦନକାନନର ପରିବେଶ ଉପଭୋଗ କରିପାରିବେ। ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

Comments are closed.