Odisha Link
Bridging the Missing Links in Odisha

ରାଜ୍ୟ ସରକାରଙ୍କ ଧାନକିଣା ପ୍ରସ୍ତୁତି : ଏଥର ୭ ଦିନ ଆଗରୁ ଟୋକନ

ଭୁବନେଶ୍ୱର: ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ବି ଅଗ୍ରମି ଟୋକନ ବ୍ୟବସ୍ଥାରେ ଧାନ କିଣିବେ ରାଜ୍ୟ ସରକାର। ଚଳିତ ବର୍ଷ ୧୪ ଲକ୍ଷ ୯୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି। ଧାନ ସଂଗ୍ରହ ଧାର୍ଯ୍ୟ ତାରିଖର ୭ ଦିନ ପୂର୍ବରୁ ଚାଷୀଙ୍କୁ ଟୋକନ ମିଳିବ। ପଞ୍ଜୀକୃତ ମୋବାଇଲ୍‌ ନମ୍ବରରେ ଧାନବିକ୍ରିର ସଂପୂର୍ଣ୍ଣ ବିବରଣୀ ଦିଆଯିବ।

କେଉଁ ଦିନ କେଉଁ ଚାଷୀ ଧାନ ବିକ୍ରି କରିବେ ସେଥିଲାଗି ଧାନ ସଂଗ୍ରହ କେନ୍ଦ୍ରରେ ନୋଟିସ ଲାଗିବ ଏବଂ ମୋବାଇଲକୁ ମଧ୍ୟ ମେସେଜ ଯିବ। ଜଳସେଚିତ ଜମିରୁ ଏକର ପିଛା ୧୯ କ୍ୱିଣ୍ଟାଲ ଓ ଅଣଜଳସେଚିତ ଜମିରୁ ୧୨ କ୍ୱିଣ୍ଟାଲ କିଣାଯିବା। ଯଦି କେହି ଟୋକାନ ପାଇନଥିବେ ୧୯୬୭ ଟୋଲ ଫି ନମ୍ବରରେ ଜଣେଇବେ। କେଉଁ ଜିଲାରୁ କେଉଁ ତାରିଖରେ ଆରମ୍ଭ ହେବ ଜିଲାସ୍ତରୀୟ ପ୍ରୋକ୍ୟୁର୍ମେଣ୍ଟ କମିଟି ନିଷ୍ପତ୍ତି ନେବ ।

ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ନଭେମ୍ବର ୧୫ ଭିତରେ ଧାନ ସଂଗ୍ରହ କରିବେ। ସବୁ ବ୍ଲକରେ ପି ପାସ ବ୍ୟବସ୍ଥା କରାଯିବ। ଯେଉଁଠି ଇଣ୍ଟରନେଟ ସୁବିଧା ନାହିଁ ୫୦ ବ୍ଲକରେ ଅଫଲାଇନରେ କରାଯିବ। ଚଳିତ ବର୍ଷ ନୂଆ ଏମଏସପି ଦରରେ କିଣାଯିବା ଧାନ। ଏଫଏକ୍ୟୁ ମାନର ଧାନ କ୍ୱିଣ୍ଟାଲ ପିଛା ୧୮୬୮ ଟଙ୍କା ଓ ଗ୍ରେଡ ଏ ମାନର ଧାନ ୧୮୮୮ ଟଙ୍କାରେ କିଣାଯିବ। ଏନେଇ ଓଡ଼ିଶା ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Comments are closed.