Odisha Link
Bridging the Missing Links in Odisha

ଦୁଇ ଶିକାରୀଙ୍କୁ ଗିରଫ କଲା ବନବିଭାଗ

ଢେଙ୍କାନାଳ: ଜଙ୍ଗଲକୁ ଶିକାର ପାଇଁ ଯାଇଥିବା ବେଳେ ଦୁଇ ଶିକାରୀଙ୍କୁ ଧରିଲା ବନବିଭାଗ। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ , ଧନୁ ଓ ତୀର ସହ ଅନେକ ସାରଞ୍ଜାମ ଜବତ କରାଯାଇଛି।

ପ୍ରକାଶ ଯେ, କପିଳାସ ଅଭୟାରଣ୍ୟ ଶିକାର ପାଇଁ ଯାଉଥିବା ବେଳେ ୨ଜଣ ଶିକାରୀଙ୍କୁ ଧରିଛି ବନବିଭାଗ। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଓ ଧନୁ ତୀର ସହ ଶିକାରୀ ସରଞ୍ଜାମ ଜବତ ହୋଇଛି। ତେବେ ଗିରଫ ଦୁଇ ଶିକାରୀ ହେଲେ ଟୁନା କାରୁଆଡ଼ା ଓ ଟୁଇଁ କୋକଡ଼ାକେଲ ବୋଲି ଜଣାପଡିଛି।

ଉଭୟଙ୍କ ଘର ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ରାମେଇ ଖମାର ଗାଁର। ସେମାନଙ୍କୁ ପଚରାଉଚରା ଜାରି ରଖିଛି ବନବିଭାଗ। ଏମାନେ କପିଳାସ ଅଭୟାରଣ୍ୟରୁ ପଶୁ ପକ୍ଷୀ ଶିକାର କରିଥାନ୍ତି ବୋଲି ବନବିଭାଗ ପ୍ରାଥମିକ ତଦନ୍ତରୁ ଜାଣିପାରିଛି।

Comments are closed.