ଇଥାନଲର କ୍ରୟ ମୂଲ୍ୟ ବୃଦ୍ଧି ସମ୍ପର୍କିତ କ୍ୟାବିନେଟ୍ ନିଷ୍ପତିକୁ ସ୍ୱାଗତ ଜଣାଇଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପେଟ୍ରୋଲରେ ଇଥାନଲ ମିଶ୍ରଣ ପାଇଁ ବିଭିନ୍ନ ଗ୍ରେଡରୁ ଉତ୍ପନ୍ନ ଇଥାନଲର କ୍ରୟ ମୂଲ୍ୟ ବୃଦ୍ଧି କରିବା ନିଷ୍ପତିକୁ ସ୍ୱାଗତ କରିବା ସହ ଏହି ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆଖୁ ଚାଷୀଙ୍କ ଆୟକୁବୃଦ୍ଧି କରିବା ଦିଗରେ ଏହା ବଡ ପଦକ୍ଷେପ ବୋଲି ସେ କହିଛନ୍ତି । ପ୍ରଧାନ କହିଛନ୍ତି କ୍ୟାବିନେଟର ଆର୍ଥିକ ମାମଲାର କମିଟି ବୈଠକରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ ଆଖୁ ରସରୁ ଉତ୍ପାଦନ ହେଉଥିବା ଇଥାନଲର ମୂଲ୍ୟ ଯଥାକ୍ରମେ ଲିଟର ପ୍ରତି ୬୨.୬୫ ଟଙ୍କା ବୃଦ୍ଧି କରାଯାଇଛି ।
ସେହିପରି ବି-ହେଭି ମୋଲାସେସ ଇଥାନଲର ବୃଦ୍ଧି ଲିଟର ପ୍ରତି ୫୭.୬୧ଟଙ୍କା ଏବଂ ସି-ହେଭି ମୋଲାସେସ ଇଥାନଲ ଲିଟର ପ୍ରତି ୪୫.୬୯ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ଆଖୁଚାଷୀମାନେ ଉପକୃତ ହେବେ ।
ଏହି ନିଷ୍ପତି ଫଳରେ ଆଖୁ ମିଲର ନଗଦ ପାଣ୍ଠିକୁ ବୃଦ୍ଧି କରାଯିବ । ଏହା ସହ ଜାତୀୟ ଜୈବ ଇନ୍ଧନ ନୀତି ଅନୁଯାୟୀ ଲକ୍ଷ୍ୟ ହାସଲରେ ଇଥାନଲର ଉପଲବ୍ଧିକୁ ବୃଦ୍ଧି କରାଯିବ। ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବାର ଅନେକ ଲାଭ ରହିଛି । ଏହା ଦ୍ୱାରା ପେଟ୍ରୋଲିୟମ ଉତ୍ପାଦ ଆମଦାନୀ ଉପରେ ନିର୍ଭରତା କମିବା ସହ ପ୍ରଦୂଷଣ କମିବ ଓ ଚାଷୀ ମାନଙ୍କୁ ଲାଭ ହେବ ।
Comments are closed.