୩ ବିଜେପି ନେତାଙ୍କୁ ହତ୍ୟା

ଶ୍ରୀନଗର : ଆତଙ୍କବାଦୀମାନେ ରାତିରେ ୩ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣାଟି ଦକ୍ଷିଣ କାଶ୍ମୀରର କୁଲଗ୍ରାମ ଜିଲ୍ଲାରେ ଘଟିଛି।
ଜମ୍ମୁ କାଶ୍ମୀର ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି କି ଆତଙ୍କବାଦୀ ସଂଗଠନର ‘ରେଜିଷ୍ଟାନ୍ସ ଫ୍ରଣ୍ଟ‘ (ଆରଏଫ) ଏହି ଆକ୍ରମଣ ଘଟାଇଛି। ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ୩ ବିଜେପି ନେତା ହେଉଛନ୍ତି ଫିଦା ହୁସେନ ୟାତୁ, ଉମର ରସିଦ ବେଗ ଏବଂ ଉମର ରମଜାନ ହାଜାମ । କୁଲଗାମ ଜିଲ୍ଲାର ୱାଇକେ ପୁରାରେ ଏହି ଗୁଳିକାଣ୍ଡ ଘଟିଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।
ଫିଦା ହୁସେନ କୁଲଗାମ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଥିଲା ବେଳେ ଉମର ରସିଦ ବେଗ ଜିଲ୍ଲା ଯୁବ ବିଜେପି କାର୍ଯ୍ୟକାରୀ କମିଟି ସଦସ୍ୟ ଏବଂ ଉମର ରମଜାନ ହାଜମ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଥିଲେ।
J&K BJP strongly condemned this barbaric terror attack on BJP Leaders Fida Hussain Itoo (BJYM District Gen Secy Kulgam), Umer Rashid Beigh (BJYM District Executive Member Kulgam), Umer Hanan (BJYM District Gen Secy Kulgam), those who are responsible for this will not be spared. pic.twitter.com/tdRbE2BW0t
— BJP Jammu & Kashmir (@BJP4JnK) October 29, 2020
ଗୁରୁତର ଆହତ ଅବସ୍ଥାରେ ଏହି ୩ ବିଜେପି ନେତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ହସ୍ପିଟାଲରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଜମ୍ମୁ କାଶ୍ମୀର ବିଜେପି ଟ୍ୱିଟ କରି ଦୃଢ଼ ନିନ୍ଦା କରିଛି।
ଯେଉଁମାନେ ଏଭଳି ବର୍ବର କାଣ୍ଡ ଘଟାଇଛନ୍ତି ସେମାନଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ବିଜେପି କହିଛି। ଏହି ଆତଙ୍କବାଦୀ ସଂଗଠନ ଜମ୍ମୁ କାଶ୍ମୀରରେ ଅଧିକ ସଂଖ୍ୟାରେ ରାଜନୈତିକ ନେତାଙ୍କ ଉପରେ ଆକ୍ରମଣ କରି ପୂର୍ବରୁ ଚେତାବନୀ ଦେଇଥିଲା ।
Comments are closed.