ତୁର୍କୀ ଓ ଗ୍ରୀସ୍ରେ ଭୂମିକମ୍ପ
ଇସ୍ତାନବୁଲ: ତୁର୍କୀରେ ଓ ଗ୍ରୀସ୍ରେ ଭୟଙ୍କର ଭୂମିକମ୍ପ ଘଟିଛି। ଏହି ଭୂମିକମ୍ପରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତୁର୍କୀ ବ୍ୟତିତ ଗ୍ରୀସରେ ମଧ୍ୟ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ୬.୬ ରହିଥିଲା ବୋଲି ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ କୁହାଯାଇଇଲା। ଏଗିଆନରୁ ୧୬.୫ କିମି ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ପ୍ରାୟ ୧୩ କିମି ଅଞ୍ଚଳ ଏହା ଦ୍ୱାରା ପ୍ରଭାବିତ ହୋଇଥିଲା।
ଭୂକମ୍ପ ପ୍ରଭାବରେ ଏଗିଆନ ଏବଂ ମାର୍ମାରା ସହର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏକାଧିକ କୋଠାଘର ଭାଙ୍ଗିଯାଇଥିବାରୁ ମୃତ୍ୟୁ ସଂଖ୍ୟା ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତୁର୍କୀର ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗ୍ରୀସର ରାଜଧାନୀ ଏଥେନ୍ସରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲେ ମଧ୍ୟ କେହି ମୃତାହତ ହୋଇନାହାନ୍ତି।
Comments are closed.