କରୋନା: ଶୀତରେ ବଢ଼ିବ ସଂକ୍ରମଣ!
ଭୁବନେଶ୍ୱର: ଦୀର୍ଘ ସାତ ମାସ ପରେ କରୋନା ସଂକ୍ରମଣ କମିଥିବା ବେଳେ ଶୀତରେ କରୋନା ବଢିବାର ସମ୍ଭାବନା ରହିଛି। ଶୀତ, ସଂକ୍ରମଣ ବ୍ୟାପିବାରେ ସହାୟକ ହେଉଛି । ସଜାଗ ନରହିଲେ ସଂକ୍ରମଣ ବଢିବାର ସମ୍ଭାବନା ଅଧିକ। ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଇଛି। ରାଜ୍ୟରେ ଦୈନିକ ୧୫୦୦ ସଂକ୍ରମିତଙ୍କ ସଂଖ୍ୟା ରହୁଛି।
ଭୁବନେଶ୍ୱରରେ ସଂକ୍ରମଣ ସଂଖ୍ୟା ପାଖାପାଖି ୧୦୦ ପହଞ୍ଚିଛି। ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସରେ ଟେଷ୍ଟ ହୋଇଥିବା କିଛି ବ୍ୟକ୍ତିଙ୍କ ମଧ୍ୟରୁ ୩ରୁ ୪ ଜଣଙ୍କ ଠାରେ ପୁନଃ କରୋନା ସଂକ୍ରମଣ ଚିହ୍ନଟ ହୋଇଛି।
ଯେହେତୁ କୋଭିଡ୍ ନୂଆ ଭୂତାଣୁ କହିବା ମୁସ୍କିଲ ବୋଲି କହିଛନ୍ତି ଆଇଏଲଏସର ନିର୍ଦ୍ଦେଶକ ଅଜୟ ପରିଡ଼ା। ଏଥିସହ ବିଶିଜି ଟୀକା ଦ୍ଵାରା କରୋନା ସଂକ୍ରମଣ ରୋକାଯିବା ନେଇ ପରୀକ୍ଷା ନିରୀକ୍ଷା ଜାରି ରହିଛି ବୋଲି ସେ କହିଛନ୍ତି। ରାଜ୍ୟରେ କରୋନା ଦ୍ୱିତୀୟ ଲହର ସମ୍ଭାବନା ଥିବାରୁ ଅଧିକ ସଚେତନ ହେବାର ଆବଶ୍ୟକ ରହିଛି।
ରାଜ୍ୟରେ ୨୯ ଅକ୍ଟୋବର ସୁଦ୍ଧା ୨ ଲକ୍ଷ ୮୮ ହଜାର ୬୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୩୦୮ ଜଣଙ୍କ ମୃତ୍ୟୁ ହୋଇଛି। ୧୦ ଦିନ ତଳରେ ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା ୪ ହଜାରରୁ ଉପରେ ରହୁଥିବା ବେଳେ ଏବେ ୧୫୦୦କୁ ଖସିଛି। ସଂକ୍ରମଣ କମିଥିଲେ ମଧ୍ୟ ସଚେତନ ଓ ସଜାଗ ନହେଲେ ମହାମାରୀ ବ୍ୟାପିବାର ସମ୍ଭାବନା ରହିଛି।
Comments are closed.