ମନ୍ଦିର ଖୋଲିବାକୁ ଲୋକଙ୍କ ମତ ନେବୁ: କମିଶନର

ଭୁବନେଶ୍ୱର: ରାଜ୍ୟ ସରକାର ଅନଲକ ୬.୦ ଗାଇଡଲାଇନରେ ଧର୍ମାନୁଷ୍ଠାନ ଖୋଲିବା ନେଇ ସବୁଜ ସଙ୍କେତ ଦେଇଛନ୍ତି। ତେବେ ମନ୍ଦିର ଖୋଲିବାକୁ ଲୋକଙ୍କ ମତ ନେବୁ ବୋଲି ବିଏମସି କମିଶନର କହିଛନ୍ତି।
ଏନେଇ ବିଏମସି କମିଶନର କହିଛନ୍ତି ଯେ, ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇନାହିଁ। ମନ୍ଦିର ଖୋଲିବା ପୂର୍ବରୁ ଆମେ ଲୋକଙ୍କ ଫିଡବ୍ୟାକ ନେବୁ। ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ବସି ଆମେ ଆଲୋଚନା କରିବୁ। ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମଧ୍ୟ ଆମେ ମତ ନେବୁ। ବିଏମସିରେ ଦୈନିକ ସଂକ୍ରମଣ କମିଛି। ପାଖାପାଖି ୧୦୦ ରହୁଛି। ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ବିଏମସି କମିଶନର କହିଛନ୍ତି।
ସୂଚନାଯୋଗ୍ୟ ଯେ, ପ୍ରଶାସନର ଅନୁମତିରେ ଧର୍ମାନୁଷ୍ଠାନ ଖୋଲିବ ବୋଲି ରାଜ୍ୟ ସରକାରଙ୍କ ଅନଲକ ୬.୦ ଗାଇଡଲାଇନରେ କୁହାଯାଇଛି। ସ୍ଥାନୀୟ ପ୍ରଶାସନର ଅନୁମତିରେ ଧର୍ମାନୁଷ୍ଠାନ ଖୋଲାଯିବା ସହ ପୂଜାର୍ଚ୍ଚନା କରାଯାଇ ପାରିବ। ପରିସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ଅନୁମତି ଦେଇପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।
Comments are closed.