Odisha Link
Bridging the Missing Links in Odisha

ଇତିହାସ ପାଲଟିବ ୩୯୬ ସ୍କୁଲ, କୋରାପୁଟରେ ବନ୍ଦ ହେବ ସରକାରୀ ସ୍କୁଲ

କୋରାପୁଟ: ରାଜ୍ୟର ଶିକ୍ଷା କ୍ଷେତ୍ରକୁ ନେଇ ପୁଣିଥରେ ଆରମ୍ଭ ହେଲା ଚର୍ଚ୍ଚ।। କିଛିଦିନ ତଳେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ୧୪ ହଜାର ୩୭୯ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବା ନେଇ ଏକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଅପରପକ୍ଷେ ୨୦୧୮ ରେ ନିଆଯାଇଥିବା ଏହି ନିଷ୍ପତ୍ତି ୨୦୨୦-୨୧ ରୁ ଲାଗୁ ହେବାକୁ ଯାଉଥିବା ବେଳେ ନିଷ୍ପତ୍ତିକୁ ଚାଲେଞ୍‌ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଅଣାଯାଇ ଏହାକୁ ରଦ୍ଦ ପାଈଁ ଅଦାଲତ ନିର୍ଦ୍ଧେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି।

ଏସବୁ ମଧ୍ୟରେ କୋରାପୁଟ ଜିଲ୍ଲାରେ ୩୩୩ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବ। ଏହି ବିଦ୍ୟାଳୟ ଗୁଡିକରେ ଉପସ୍ଥାନ ୨୦ କିମ୍ବା ଏହାଠାରୁ କମ୍ ହୋଇଥିବାରୁ ଏଗୁଡିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ୨୦ରୁ ଅଧିକ ଛାତ୍ରଛାତ୍ରୀ ଥିଲେ ମଧ୍ୟ ୧ କିମି ଦୂରତା ଭିତରେ ଅନ୍ୟ ବିଦ୍ୟାଳୟ ଥିବାରୁ ଆଉ ୩୬ଟି ବିଦ୍ୟାଳୟ ବନ୍ଦ ହେବ। ଏମିତିରେ ଜିଲ୍ଲାରୁ ୩୬୯ଟି ବିଦ୍ୟାଳୟ ଇତିହାସ ପାଲଟିବାକୁ ଯାଉଛି। ଅପରପକ୍ଷରେ ୧୧୭ଟି ବିଦ୍ୟାଳୟରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀକୁ ବାଦ ଦିଆଯାଇ କେବଳ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପାଠ ପଢା ହେବ। ଏଥିନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବନ୍ଦ ହେବାକୁ ଥିବା ଏହି ସ୍କୁଲଗୁଡିକ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରାଯିବ। ଏଠାରେ ଥିବା ଶିକ୍ଷକଙ୍କୁ ଅନ୍ୟ ସ୍କୁଲଗୁଡିକୁ ବଦଳି କରାଯିବ। ସେହିପରି ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ସ୍କୁଲରେ ପଢାଇବାର ବ୍ୟବସ୍ଥା କରାଯିବ।

କୋରାପୁଟ ଜିଲ୍ଳାରେ ସର୍ଭେ କରାଯିବା ସହ ବିଭିନ୍ନ ବିଦ୍ୟାଳୟଗୁଡିକୁ ଯାଞ୍ଚ କରାଯାଇଥିଲା। ଏଥିରେ ଜଣାପଡିଥିଲା ଯେ, ନୂତନ ଶିକ୍ଷା ନିୟମ ଅନୁସାରେ, କୋରାପୁଟ ଜିଲ୍ଲାରେ ୪୯୪ଟି ବିଦ୍ୟାଳୟ ବନ୍ଦ ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ଏଥିନେଇ ସରକାରଙ୍କୁ ମଧ୍ୟ ଅବଗତ କରାଯାଇଥିଲା।

ତେବେ କିଛି ବିଦ୍ୟାଳୟ ସଂପର୍କରେ ପୁନଃ ବିଚାର କରିବା ପାଇଁ ସରକାର ଜିଲ୍ଲା ଶିକ୍ଷା ବିଭାଗକୁ ଜଣାଇଥିଲେ। ବିଭିନ୍ନ ମାନଦଣ୍ଡକୁ ଲକ୍ଷ୍ୟରେ ରଖି ଓ ଭୌଗଳିକ ପରିବେଶକୁ ଆଖି ଆଗରେ ରଖି ସରକାର ୩୬୯ ଟି ବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ୩୩୩ଟି ବିଦ୍ୟାଳୟରେ ୨୦ କିମ୍ବା ଏହାଠାରୁ କମ ଛାତ୍ରଛାତ୍ରୀ ରହିଥିଲେ। ସେହିପରି ୨୦ରୁ ୨୫ ପିଲା ଥିଲେ ମଧ୍ୟ ୧ କିମି ଦୂରତା ଭିତରେ ଆଉ ଏକ ବିଦ୍ୟାଳୟ ଥିବାରୁ ଆଉ ୩୬ଟି ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଛି। ଅପରପକ୍ଷରେ ୧୧୭ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଳ୍ପ ପିଲା ହେବାରୁ ଏଠାରେ କେବଳ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢାହେବ।

ଜିଲ୍ଳାରେ ଏବେ ପ୍ରାୟ ଅଢେଇ ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଥିଲାବେଳେ ଏଥିରୁ ପାଖାପାଖି ୪ ଶହ ବିଦ୍ୟାଳୟ ବନ୍ଦ ହୋଇଯିବ। ଦଶମନ୍ତପୁର ବ୍ଲକରେ ସର୍ବାଧିକ ୬୬ ଟି ବିଦ୍ୟାଳୟ ବନ୍ଦ ହେବାକୁ ଯାଉଥିଲାବେଳେ କୁନ୍ଦୁରାରେ ସର୍ବନିମ୍ନ ୮ଟି ବିଦ୍ୟାଳୟ ବନ୍ଦ ହେବ ବୋଲି ଜଣାପଡିଛି।

କୋରାପୁଟ ବ୍ଲକରେ ୨୭, କୋରାପୁଟ ପୌରାଞ୍ଚଳରେ ୭, ଜୟପୁର ବ୍ଲକରେ ୨୪ ଓ ପୌରାଞ୍ଚଳରେ ୩ଟି ବିଦ୍ୟାଳୟରେ ତାଲା ପଡିବ। ଏହି ବିଦ୍ୟାଳୟଗୁଡିକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶ୍ରଣ କରି ଏଠାରେ ପୂର୍ବ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନାମ ଲେଖା ହେବ। ସେହିପରି ଆବଶ୍ୟକତା ଅନୁସାରେ, ବନ୍ଦ ହେବାକୁ ଥିବା ବିଦ୍ୟାଳୟର ଶିକ୍ଷକଙ୍କୁ ନିକଟସ୍ଥ ବିଦ୍ୟାଳୟରେ ନିଯୁକ୍ତି ମିଳିବ। ଆବଶ୍ୟକତା ନ ଥିଲେ ଅନ୍ୟ କେଉଁ ବିଦ୍ୟାଳୟକୁ ବଦଳି କରାଯିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.