Odisha Link
Bridging the Missing Links in Odisha

ଜାଲ୍‌ନୋଟ୍ କାରବାରର ପର୍ଦ୍ଦାଫାସ, ୨ ଗିରଫ

ଭଦ୍ରକ: ବୁସୁଦେବପୁର ପୁଲିସ ନକଲି ଟଙ୍କା କାରବାରରେ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣଙ୍କ ମଧ୍ୟରୁ ଜଣେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୌଡ଼କୁଳ ଗ୍ରାମର ପ୍ରିୟ ରଞ୍ଜନ ନାୟକ ହୋଇଥିବା ବେଳେ ଅନ୍ୟ ଜଣେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିସ ଥାନା ଆନ୍ତର୍ଗତ ସ୍ୟାମସୁନ୍ଦର ଗ୍ରାମର ବିଜୟ କୁମାର ଦାସ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଶନିବାର ଅପରାହ୍ନ ସମୟରେ ଭଦ୍ରକ ଜିଲା ନଳାଙ୍ଗ ରାସ୍ତାକଡରେ ଟଙ୍କା ଦେଣଲେଣ ସମୟରେ ବାସୁଦେବପୁର ପୁଲିସ ରଞ୍ଜନ ଓ ବିଜୟକୁ ମାଡି ବସିଥିଲା। ଘଟଣା ସ୍ଥଳରୁ ୭୨ ହଜାର ୨୦୦ ଅରିଜିନାଲ ଟଙ୍କା ଜବତ ହୋଇଥିବା ବେଳେ ୪୧ ହଜାର ୨୦୦ ନକଲି ଟଙ୍କା ଜବତ କରିଛି ପୁଲିସ। ଏଥିସହ ଗିରଫ ଦୁଇ ବ୍ୟକ୍ତିଙ୍କ ପାଖରୁ ୩ଟି ମୋବାଇଲ ଓ ଗୋଟିଏ ମାରୁତି ଗାଡି ମଧ୍ୟ ଜବତ ହୋଇଛି।

Comments are closed.