Odisha Link
Bridging the Missing Links in Odisha

ଆଜିଠୁ ଆରମ୍ଭ କାର୍ତ୍ତିକ ବ୍ରତ, ମହପ୍ରସାଦ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ: ଆଜିଠୁ ଆରମ୍ଭ ହେଲା ପବିତ୍ର କାର୍ତ୍ତିକ ମାସ। ଏଥିସହିତ ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ଏଥିପାଇଁ ସିଂହଦ୍ବାର ସମ୍ମୁଖରେ ବ୍ୟାରିକେଡ କରାଯାଇଛି। ସେହିଭଳି ମହାପ୍ରସାଦ ପାଇଁ ଉତ୍ତର ଓ ଦକ୍ଷିଣ ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କଟକଣା ଥିବାରୁ ଭକ୍ତ ତଥା ହବିଷ୍ୟାଳୀ ମାନେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପ୍ରଦକ୍ଷଣ କରିପାରିବେ ସେ ନେଇ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଛି। ବିଶେଷ କରି ପତିତପାବନଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଭିଡ଼ ହେଉଥିବାରୁ ସେଠାରେ ଏକ ସ୍ବତନ୍ତ୍ର ବ୍ୟାରିକେଡ଼ କରାଯାଇଛି।

ସେହିପରି କାର୍ତ୍ତିକ ମାସରେ ଭକ୍ତ ମାନେ ଯେଭଳି ସୁରୁଖୁରୁରେ ମହାପ୍ରସାଦ ପାଇବେ ସେ ନେଇ ଉତ୍ତର ଓ ଦକ୍ଷିଣଦ୍ବାର ନିକଟରେ ଆୟୋଜନ କରାଯାଇଛି। ସେଠାରେ ସୁଆର ମହାସୁଆର ନିଯୋଗ ଠାରୁ ଟୋକନ ନେଇ ଭକ୍ତ ସୁଲଭ ମୁଲ୍ୟରେ ମହାପ୍ରସାଦ ପାଇ ପାରିବେ। ଅନ୍ୟପଟେ, ଅନଲକ ୬ରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ନୂଆ ଗାଇଡ଼ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର।

Comments are closed.