Odisha Link
Bridging the Missing Links in Odisha

ନୟାଗଡ଼: ମହାନଦୀରୁ ମିଳିଲା ବିରଳ ମାଛ

ନୟାଗଡ଼: ରାଜ୍ୟର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କଣ୍ଟିଲୋ ଠାରେ ମହାନଦୀରୁ ରବିବାର ଏକ ବିରଳ ମାଛ ଉଦ୍ଧାର ହୋଇଛି। ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଛି। ଗତକାଲି ଏ ଧରଣର ଏକ ମାଛ ସୋନପୁର ନିକଟରେ ମହାନଦୀରୁ ମିଳିଥିବା ବେଳେ ଆଜି କଣ୍ଟିଲୋରେ ମିଳିଛି।

ଉଦ୍ଧାର ହୋଇଥିବା ମାଛଟିର ଦେହ ସାରା କଣ୍ଟା ରହିଥିବା ବେଳେ ଧଳା ଓ କଳା ରଙ୍ଗର ଚିତା ରହିଛି। ରାଜ୍ୟର ଦୁଇ ଦୁଇଟି ସ୍ଥାନରୁ ଏହି ବିରଳ ମାଛ ପ୍ରଥମ ଥର ପାଇଁ ଦେଖାଦେବା ନୂଆ କଥା। ସୂଚନାଥାଉକି ମାଛଟିର ନାମ କ’ଣ ଅଥବା ଏହା କେଉଁ ପ୍ରଜାତିର ଜଣା ପଡ଼ିନାହିଁ।

Comments are closed.