Odisha Link
Bridging the Missing Links in Odisha

ଆଜିଠୁ ଖୋଲିଲା ଶିମିଳିପାଳ

ଭୁବନେଶ୍ବର: କୋଭିଡ଼ି କଟକଣା ଭିତରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଖୋଲିଛି। ଏନେଇ ସୂଚନା ଦେଇଛନ୍ତି ପ୍ରକଳ୍ପ କର୍ତ୍ତୃପକ୍ଷ।

ତେବେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ କୋଭିଡ଼ି-୧୯ ନିୟମାବଳିକୁ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି। ଏଠାକୁ ଦୈନିକ ସର୍ବାଧିକ ୩୫ଟି ଚାରି ଚକିଆ ଯାନ କଳିଆଣି ତନଖି ଫାଟକ ଯଶୀପୁର ଓ ୨୫ଟି ଚାରି ଚକିଆ ଯାନ ପିଠାବଟା ତନଖି ଫାଟକ ଦେଇ ଭିତରକୁ ପ୍ରବେଶ କରିପାରିବ।

ଏଥିପାଇଁ ପ୍ରତିଦିନ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ କାଉଣ୍ଟରରେ ଟିକଟ ବୁକିଂ ଚାଲିବ। ଯାତ୍ରୀ ନିବାସରେ ରାତ୍ରୀ ଯାପନ ପାଇଁ ପର୍ଯ୍ୟଟକମାନେ www.ecotourodisha.com ୱେବସାଇଟରେ ଅଗ୍ରୀମ ବୁକିଂ କରି ପାରିବେ।

Comments are closed.