ଫ୍ରାନ୍ସ ସାମଗ୍ରୀ ବର୍ଜନ ପାଇଁ ଦାବି କଲା କଂଗ୍ରେସ

ହାଇଦ୍ରାବାଦ: ତେଲଙ୍ଗାନା କଂଗ୍ରେସ୍ ପକ୍ଷରୁ ଫ୍ରାନ୍ସ ରାଷ୍ଟ୍ରମୁଖ୍ୟ ଇମାନୁଏଲ୍ ମାକ୍ରନ୍ଙ୍କ ପୁତ୍ତଳିକା ଦାହ କରାଯିବା ସହ ରାଜ୍ୟରେ ଫରାସୀ ସାମଗ୍ରୀ ବିକ୍ରି ବନ୍ଦ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ଶୁକ୍ରବାର ଦିନ ତେଲଙ୍ଗାନା କଂଗ୍ରେସ ସଂଖ୍ୟାଲଘୁ ଶାଖା ପକ୍ଷରୁ ହାଇଦ୍ରାବାଦରେ ମାକ୍ରନ୍ଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ତେଲେଙ୍ଗାନା କଂଗ୍ରେସ ମାଇନରିଟି ସେଲ୍ ଅଧ୍ୟକ୍ଷ ମହମ୍ମଦ ଅବଦୁଲ୍ଲା ଶୋହେଲଙ୍କ ନେତୃତ୍ବରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମାକ୍ରନଙ୍କ ନିନ୍ଦା କରିବା ସହ ରାଜ୍ୟରେ ଫରାସୀ ସାମଗ୍ରୀ ଉପରେ କଟକଣା ଲଗାନ୍ତୁ ବୋଲି ଶୋହେଲ ଦାବି କରିଛନ୍ତି। ମାକ୍ରନ୍ଙ୍କ ମୁସଲିମ୍ ବିରୋଧୀ ମନ୍ତବ୍ୟର ସେ କଡ଼ାନିନ୍ଦା କରିଛନ୍ତି।
ଶୋହେଲ ଗଣମାଧ୍ୟମକୁ କହିଛନ୍ତି ଯେ ମାକ୍ରନ୍ଙ୍କ ଇସଲାମ ବିରୋଧୀ ବକ୍ତବ୍ୟକୁ ସହ୍ୟ କରାଯିବନାହିଁ। କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ସରକାର ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କୁ ସମର୍ଥନ କରିବା ଘଟଣାକୁ ମଧ୍ୟ ଶେହେଲ ନିନ୍ଦା କରିଛନ୍ତି। ଭାରତୀୟ ମୁସଲମାନମାନଙ୍କୁ ଉତ୍ତେଜିତ କରିବା ପାଇଁ ଜାଣିଶୁଣି ଏପରି ସମର୍ଥନ ଦିଆଯାଉଥିବା କହିଛନ୍ତି ଶେହେଲ।
Comments are closed.