ଉଦଘାଟନ ହେଲା ରାଜ୍ୟର ୩ ପ୍ରମୁଖ କ୍ରୀଡ଼ାସ୍ଥଳୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଛି ୩ ପ୍ରମୁଖ କ୍ରୀଡ଼ାସ୍ଥଳୀ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସବୁ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସର୍ବପ୍ରଥମେ ରାଜଧାନୀସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିସରରେ ଆଦିତ୍ୟ ବିର୍ଲା ଗଗନ ନାରଙ୍ଗ ସୁଟିଂ ହାଇ ପରଫର୍ମାନ୍ସ ସେଣ୍ଟର ଉଦଘାଟିତ ହୋଇଥିଲା। ଏହା ପରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଓ ଛତ୍ରପୁର ଠାରେ ନବନିର୍ମିତ ଇନଡୋର ଷ୍ଟାଡିୟମର ଉଦଘାଟନୀ କରାଯାଇଥିଲା।
ଓଡ଼ିଶା ସରକାରଙ୍କ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଇନଡୋର ହଲର ନିର୍ମାଣ କରାଯାଇଛି। ହିଞ୍ଜିଳିଠାରେରେ ୧୦ କୋଟି ୯୮ ଲକ୍ଷ ୭୫ ହଜାର ଟଙ୍କା ବ୍ୟୟରେ ନିର୍ମିତ ଇନଡୋର ଷ୍ଟାଡିୟମରେ ୪ ବ୍ୟାଡମିଣ୍ଟନ କୋର୍ଟ, ଗୋଟିଏ ଲେଖାଁଏ ଟେବୁଲ ଟେନିସ, ଚେସ, ବାସ୍କେଟବଲ ଓ ଭଲିବଲ କୋର୍ଟ ରହିଛି।
ସେହିପରି ଛତ୍ରପୁରରେ ୨ କୋଟି ୬୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଇନଡୋର ଷ୍ଟାଡିୟମରେ ୩ ଗୋଟି ବ୍ୟାଡମିଣ୍ଟନ କୋର୍ଟ ଓ ଗୋଟିଏ ଲେଖାଁଏ ଟେବୁଲ ଟେନିସ ଓ ଚେସ କୋର୍ଟ ରହିଛି।
Comments are closed.