ଉପ ନିର୍ବାଚନ: ବାଲେଶ୍ବରରେ ରାଜନୈତିକ ହିଂସା, ୫ ଅଟକ
![](https://www.odishalink.com/wp-content/uploads/2020/11/Political-violence-in-Balasore.jpg)
ବାଲେଶ୍ବର: ରାତି ପାହିଲେ ହେବ ବାଲେଶ୍ବର ଉପ ନିର୍ବାଚନ। ହେଲେ ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଦେଖା ଦେଇଛି। ବିଜେଡ଼ି ଓ ବିଜେପି ମଧ୍ୟରେ ସଂଘର୍ଷ ହୋଇଛି। ସଂଘର୍ଷରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ୫ ଜଣଙ୍କୁ ଚାନ୍ଦିପୁର ପୋଲିସ ଅଟକ ରଖିଛି।
ଏହି ରାଜନୈତିକ ହିଂସାରେ ଚାନ୍ଦିପୁର ସମିତି ସଭ୍ୟ ସମେତ ଜିଲ୍ଲା ବାହାରର ଜଣେ ବିଜେଡ଼ି କର୍ମୀ ଗୁରୁତର ଆହତ ହୋଇ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ତେବେ ଏମାନଙ୍କୁ ବିଜେପି କର୍ମୀମାନେ ଆକ୍ରମଣ କରିଥିବା ବିଜେଡି ଜିଲ୍ଲା ଯୁବ ସଭାପତି ମାନସ ମଙ୍ଗରାଜ କହିଛନ୍ତି। ପୋଲିସ ଅଟକ ରଖିଥିବା ଯୁବକମାନେ ବିଜେପିର କର୍ମୀ ବୋଲି ବିଜେପି ମିଡିଆସେଲ୍ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.