Odisha Link
Bridging the Missing Links in Odisha

ଉପନିର୍ବାଚନରେ କମିଲା ମତଦାନ ହାର

ବାଲେଶ୍ୱର: ଗତକାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଉପନିର୍ବାଚନ ମତଦାନକୁ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ। ସିଇଓ ଲୋହାନୀ କହିଛନ୍ତି ଯେ, ‘ ସୁରୁଖୁରୁରେ ଉପ-ନିର୍ବାଚନ ଶେଷ ହୋଇଛି। ପୋଷ୍ଟାଲ ବାଲାଟ୍ ପାଇଁ ବ୍ୟବସ୍ଥା ହୋଇଥିଲା। ତିର୍ତ୍ତୋଲରେ ୨୩ କୋଭିଡ ଆକ୍ରାନ୍ତ ଶେଷରେ ଭୋଟ୍ ଦେଇଛନ୍ତି। ସେହିପରି ବାଲେଶ୍ୱରରେ ୨୮ କୋଭିଡ ଆକ୍ରାନ୍ତ ଶେଷରେ ଭୋଟ୍ ଦେଇଛନ୍ତି।

ବର୍ତ୍ତମାନ ଷ୍ଟ୍ରଙ୍ଗ ରୁମରେ କଡା ସୁରକ୍ଷା ମଧ୍ୟରେ ଭୋଟିଂ ମେସିନ୍ ରହିଛି। ୧୦ ତାରିଖରେ ଭୋଟ୍ ଗଣତି ପାଇଁ ବ୍ୟବସ୍ଥା କରାଯାଉଛି। ଭୋଟ ଗଣତି କରାଯିବା ପରେ ଫଳାଫଳ ଜଣାପଡ଼ିବ। ତେବେ ପୂର୍ବ ସାଧାରଣ ନିର୍ବାଚନ ଅପେକ୍ଷା ଭୋଟ ଦାନ ହାର ସାମାନ୍ୟ କମିଛି।

ସୂଚନା ଅନୁଯାୟୀ, ଗତକାଲି ଅନୁଷ୍ଠିତ ଉପନିର୍ବାଚନରେ ବାଲେଶ୍ୱରରେ ୭୦.୬୯% ଓ ତିର୍ତ୍ତୋଲରେ ୬୯.୬୬% ମତଦାନ ହୋଇଛି। ପୂର୍ବ ସାଧାରଣ ନିର୍ବାଚନରେ ବାଲେଶ୍ୱରରେ ୭୧.୨୯ ଓ ତିର୍ତ୍ତୋଲରେ ୭୪.୦୯ % ମତଦାନ ହୋଇଥିଲା।

Comments are closed.