ଆଦିତ୍ୟ ଦାସ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ଉପରେ ହାଇକୋର୍ଟଙ୍କ ଅସନ୍ତୋଷ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ। କ୍ରାଇମବ୍ରାଞ୍ଚ ଏହି ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କରିନପାରିଥିବାରୁ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଆସନ୍ତା ୧୧ ତାରିଖ ସୁଦ୍ଧା ଅପଡେଟ ଷ୍ଟାଟସ ରିପୋର୍ଟ ଦେବାକୁ ହାଇକୋର୍ଟ କ୍ରାମଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଆଦିତ୍ୟ ଦାସ ମୃତୁ୍ୟ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଛି ଏପର୍ଯ୍ୟନ୍ତ ତା ଉପରୁ ପରଦା ଉଠିପାରି ନାହିଁ। ଆଦିତ୍ୟଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବିରେ ପରିବାର ଲୋକେ ହାଇକୋର୍ଟ ଦ୍ବାରସ୍ଥ ହୋଇଛନ୍ତି। ମାମଲାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ବିଦ୍ୟାଶ୍ରୀ କରିଥିବା ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ଆଦେଶ ଦେଇଥିଲେ।
Comments are closed.