ଅର୍ଣ୍ଣବଙ୍କୁ ଉଠାଇ ନେଲା ମୁମ୍ବାଇ ପୁଲିସ୍
![](https://www.odishalink.com/wp-content/uploads/2020/11/arnb.jpg)
ମୁମ୍ବାଇ: ଆଜି ସକାଳୁ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜୋରଜବରଦସ୍ତ ଉଠାଇ ନେଲା ମୁମ୍ବାଇ ପୁଲିସ୍। ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ପଶି ପୁଲିସ୍ ତାଙ୍କୁ ଉଠାଇ ନେଇଛି।
ଏଥିସହ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଅର୍ଣ୍ଣବ। ୨୦୧୮ର ଏକ ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
ମୁମ୍ବାଇ ପୁଲିସ୍ କମିଶନର ପରମବୀର ସିଂହଙ୍କ ବିରୋଧରେ ରିପବ୍ଲିକ ଟିଭିରେ ପ୍ରସାରିତ ହୋଇଥିବା “revolt” କାର୍ଯ୍ୟକ୍ରମ ପରେ ଆକ୍ସନ ମୁଡକୁ ପଳାଇ ଆସିଛି ମୁମ୍ବାଇ ପୁଲିସ୍।
ଆଜି ସକାଳ ସାଢେ ୬ଟାରେ ମୁମ୍ବାଇ ପୁଲିସ୍ର ଏକ ବଡ ଟିମ୍ ଅର୍ଣ୍ଣବଙ୍କ ମୁମ୍ବାଇସ୍ଥିତ ଘର ସମ୍ମୁଖରେ ପହଞ୍ଚି ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍ କରି ଦେଇଥିଲେ। ଏହାପରେ କୌଣସି ନୋଟିସ, ସମନ, କିମ୍ବା କୋର୍ଟ ଅର୍ଡର ନ ଦେଖାଇ ମୁମ୍ବାଇ ପୁଲିସ୍ର ପ୍ରାୟ ୧୦ରୁ ଅଧିକ ଅଧିକାରୀ ଅର୍ଣ୍ଣବଙ୍କ ଘରେ ପଶି ତାଙ୍କୁ ଉଠାଇ ନେଇଥିବା ଜଣାଯାଇଛି।
ତାଙ୍କୁ ପରିବାର ଲୋକଙ୍କ ସହ ମିଶିବାକୁ ଦିଆଯାଇନଥିବା ବେଳେ ଔଷଧ ଖାଇବାକୁ ଦିଆଯାଇ ନ ଥିବା ଓ ମାଡ଼ ମରାଯାଇଥିବା ଅଭିଯୋଗ କହି଼ଛନ୍ତି ଅର୍ଣ୍ଣବ । ଏପରିକି ମୁମ୍ବାଇ ପୁଲିସ୍ ଗୁଣ୍ଡାଗିରି ଦେଖାଇ ତାଙ୍କ ଶାଶୁ, ଶ୍ୱଶୁର, ପତ୍ନୀ ଓ ପୁଅକୁ ମାଡ଼ ମାରିଥିବା କହିଛନ୍ତି ଅର୍ଣ୍ଣବ।
Comments are closed.