Odisha Link
Bridging the Missing Links in Odisha

ଖୋଲିବ ସ୍କୁଲ: ସମୀର ରଞ୍ଜନ ଦାଶ

ଭୁବନେଶ୍ବର: ବହୁ ଦିନର କଳ୍ପନା ଜଳ୍ପନାର ଅନ୍ତ ଘଟିଲା। ଶେଷରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ନଭେମ୍ବର ମାସରେ ହିଁ ଖୋଲିବ ସ୍କୁଲ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ନବମରୁ ଦ୍ୱାଦଶ ଯାଏଁ ସମ୍ପୂର୍ଣ୍ଣ କ୍ଲାସ ହେବ। ତେବେ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଯଦି ଅଭିଭାବକ ମାନେ ରାଜି ନହୁଅନ୍ତି ତେବେ ଅନଲାଇନ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ଏଥିସହ ସେ କହିଛନ୍ତି ଯେ, ସ୍କୁଲ ଖୋଲିବା ନେଇ ଏସଓପି ପ୍ରସ୍ତୁତି ଚାଲିଛି। ଜିଲ୍ଲାପାଳ ଓ ଡିଇଓମାନଙ୍କ ସହ ଆଲୋଚନା କରାଯିବ। କରୋନା ପାଇଁ ୩୦% ସିଲାବସ ହ୍ରାସ ହୋଇଛି। ବାକି ୭୦% ସିଲାବସ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ପ୍ରକାଶ ଯେ, ପୂର୍ବରୁ ରାଜ୍ୟରେ ନଭେମ୍ବର ୧୬ରୁ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବ ବୋଲି କୁହାଯାଇଥିଲା। ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ଏସଓପି ଅନୁସାରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ଅନଲକ ୬.୦ ଗାଇଡଲାଇନରେ କହିଥିଲେ। ତେବେ କିଛି ସମୟ ବ୍ୟବଧାନରେ ଏସଆରସି ଏହି ନିଷ୍ପତ୍ତି ବଦଳାଇଥିଲେ।

Comments are closed.