Odisha Link
Bridging the Missing Links in Odisha

ୟୁଏଇ ପ୍ରଧାନମନ୍ତ୍ରୀ ନେଲେ ଚାଇନା କରୋନା ଟିକା

ଦୁବାଇ: ମହାମାରୀ କରେନା ଭାଇରସ୍‌ ସଂକ୍ରମଣରେ ସମସ୍ତେ ଭୟଭୀତ। ସାଧାରଣ ଜନତାଠୁ ଆରମ୍ଭ କରି ବଡ଼ ବଡ଼ ରାଜନେତା ସମସ୍ତେ କରୋନା ଟିକା କେବେ ବାହାରିବ ସେ ଉପରେ ରଖିଛନ୍ତି ନଜର। ଏସବୁ ମଧ୍ୟରେ ବିଭିନ୍ନ ଦେଶ କରୋନା ଟିକା ପ୍ରସ୍ତୁତ କରିବାରେ ଲାଗିିଛନ୍ତି। ଏପରିକି କିଛି ଦେଶ ପ୍ରସ୍ତୁତ କରିଥିବା କରୋନା ଟିକାର ଅନ୍ତିମ ପର୍ଯ୍ୟାୟ ଟ୍ରାଏଲ ଚାଲିଛି। ଯାହା ବିଶ୍ବବାସୀଙ୍କ ପାଇଁ ଏକ ଭଲ ଖବର। ଏହାରି ମଧ୍ୟରେ ଚୀନ ପ୍ରସ୍ତୁତ କରିଥିବା କରୋନା ଟିକାକୁ ମଙ୍ଗଳବାର ୟୁଏଇର ପ୍ରଧାନମନ୍ତ୍ରୀ ତଥା ଉପ ସଭାପତି ଓ ଦୁବାଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୌମଙ୍କ ଉପରେ ପ୍ରୟୋଗ କରାଯାଇଛି। ଏ ସମ୍ପର୍କରେ ଶେଖ ମହମ୍ମଦ ନିଜେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଏଥିସହ ସେ କରୋନା ଟିକାର ଡୋଜ ନେଉଥିବା ବେଳର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

ସେ ଫଟୋ ପୋଷ୍ଟ କରି କହିଛନ୍ତି, ଏ ଦୃଶ୍ୟ କରୋନା ଟିକାର ଡୋଜ ନେବା ବେଳର। ଆମେ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛୁ। ଆମେ ଗର୍ବର ସହ କହିବାକୁ ଚାହୁଁଛୁ ଯେ ୟୁଏଇରେ କରୋନା ଟିକା ଉପଲବ୍ଧ କରାଇବାକୁ ଆମ ଟିମ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଚାଲିଛି। ୟୁଏଇରେ ସମସ୍ତଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି ସେ କହିଛନ୍ତି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶେଖ ମହମ୍ମଦ ଚାଇନା ପ୍ରସ୍ତୁତ କରିଥିବା କରୋନା ଟିକାର ଡୋଜ ନେଇଛନ୍ତି। ଏହାକୁ ଚାଇନିଜ୍‌ ଫାର୍ମ ସିନୋଫାର୍ମ ପ୍ରସ୍ତୁତ କରିଛି। ଶେଖ ମହମ୍ମଦଙ୍କ ପୂର୍ବରୁ ୟୁଏଇର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଟିକାକୁ ନେଇଥିବା ଜଣାପଡ଼ିଛି।

Comments are closed.