Odisha Link
Bridging the Missing Links in Odisha

ମହିଳାଙ୍କୁ ଅସଦାଚରଣ କରି ଗିରଫ ହେଲେ ବରିଷ୍ଠ ଅଭିନେତା

ମୁମ୍ବାଇ: ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବଲିଉଡର ବରିଷ୍ଠ ଅଭିନେତା ବିଜୟ ରାଜ ଗିରଫ ହୋଇଛନ୍ତି। ଗତକାଲି ତାଙ୍କୁ ମୁମ୍ବାଇର ଗୋଣ୍ଡିଆରୁ ଗିରଫ କରାଯାଇଛି।

ସେ ଶୁଟିଂ ସେଟ୍‌ରେ ଜଣେ ମହିଳା କ୍ରୁ ସଦସ୍ୟଙ୍କୁ ଅସଦାଚରଣ କରିଥିବାରୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। ଏନେଇ ଗୋଣ୍ଡିଆର ଅତିରିକ୍ତ ଏସପି ଅତୁଲ କୁଲକର୍ଣ୍ଣି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ବିଜୟ ରାଜଙ୍କୁ ରାମ ନଗର ପୁଲିସ୍‌ ଷ୍ଟେସନକୁ ନିଆଯାଇଛି। ଏହାପରେ ତାଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି। ବର୍ତ୍ତମାନ ବିଜୟ ରାଜ ବଲିଉଡ ସିନେମା ଶେରନୀରେ ଅଭିନୟ କରୁଛନ୍ତି। ଏଥିରେ ବିଦ୍ୟା ବାଲାନ ଲିଡ୍‌ ରୋଲରେ ରହିଛନ୍ତି।

Comments are closed.