ନଭେମ୍ବର ୨୦ରୁ ଶୀତ ଅଧିବେଶନ
ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୦ରୁ ଗୁରୁତ୍ୱପୂର୍ଣ୍ଣ ଶୀତ ଅଧିବେଶନ ଆରମ୍ଭ ହେବ। ନଭେମ୍ବର ୨୦ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ ଶୀତ ଅଧିବେଶନ। ବିଧାନସଭାର ଶୀତ ଅଧିବେଶନ ନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନା ମୁତାବକ, ନଭେମ୍ବର ୨୦ରେ ଅତିରିକ୍ତ ବଜେଟ ଆଗତ କରାଯିବ। ନଭେମ୍ବର ୨୬, ୨୭ ୨୮ ଅତିରିକ୍ତ ବଜେଟ ଖର୍ଚ୍ଚଦାବି ଆଲୋଚନା କରାଯିବ। ନଭେମ୍ବର ୨୯ରେ ଆସିବ ଅତିରିକ୍ତ ବଜେଟ ବ୍ୟୟମଞ୍ଜୁରୀ ବିଲ୍। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ମୌସୁମୀ ଅଧିବେଶ ସ୍ୱଳ୍ପକାଳୀନ ହୋଇଥିଲା। ତେଣୁ ଏହି ଶୀତ ଅଧିବେଶନକୁ ଦୀର୍ଘ ଦିନ ହେବାକୁ ଧାର୍ଯ୍ୟ କରାଯାଇଛି।
Comments are closed.