ଫେସବୁକ୍ ପ୍ରେମ: ପୁରୀ ପ୍ରେମିକ ଠାରୁ ୫ ଲକ୍ଷ ଲୁଟିନେଲେ ଯାଜପୁର ପ୍ରେମିକା
![](https://www.odishalink.com/wp-content/uploads/2020/11/fb-love.jpg)
ପୁରୀ: ପ୍ରେମ କେଉଁଠି କେତେବଳେ ଓ କାହାକୁ ହୋଇଯାଏ ତାହା ସମସ୍ତଙ୍କୁ ଅଜଣା। ଆଉ ସେ ପ୍ରମେରେ କେବେ କିଏ ଠକାମିର ଶିକାର ହୋଇଥାଏ ତାହା ମଧ୍ୟ ଅଜଣା। ଏମିତି ଏକ ପ୍ରେମ କାହାଣୀ ଫେସବୁକରୁ ଆରମ୍ଭ ହୋଇଥିଲା। ପରେ ଠକାମିର ଶିକାର ହୋଇଥିଲେ ପ୍ରେମିକ। ଏଖବର ଆପଣଙ୍କୁ ଅବିଶ୍ବାସ ଲାଗିଲେ ବି ସତ। ଏମିତି ଏକ ଖବର ଆସିଛି ପୁରୀ ଜିଲ୍ଲାରୁ।
ପୁରୀର ଜଣେ ଯବୁ ବ୍ୟବସାୟୀ ଜଣେ ଯୁବତୀଙ୍କ ସହ ଫେସବୁକରରେ ବନ୍ଧୁତା କରିଥିଲେ। ପରେ ସେହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଏପରିକି ପ୍ରେମର ଗାଡ଼ି ଏତେ ଜୋର ଆଗକୁ ଗଡ଼ିଲା ଯେ ବ୍ୟବସାୟୀ ଜଣକ ଫେସବୁକ୍ ପ୍ରେମିକାଙ୍କୁ ୫ଲକ୍ଷ ଟଙ୍କା ଦେଇ ବସିଲେ। ପରେ ଯୁବ ବ୍ୟବସାୟୀ ଜଣକ ଶେଷରେ ଜାଣିଲେ ଯେ ତାଙ୍କ ଫେସବୁକ୍ ପ୍ରେମିକା ନାଆଁର କୌଣସି ଯୁବତୀ ନାହାନ୍ତି ଓ ସେ ଟଙ୍କା ତକ ହରେଇ ବସିଛନ୍ତି।
ଏବେ ଗୋପ ଥାନରା ଦ୍ବାରସ୍ଥ ହୋଇଛନ୍ତି ଏହି ଯୁବ ବ୍ୟବସାୟୀ। ଗୋପ ଥାନା ନୟାହାଟ ଫାଣ୍ଡି ଅଞ୍ଚଳର ୩୫ ବର୍ଷୀୟ ବ୍ୟବସାୟୀ ପ୍ରଶାନ୍ତ ସାହୁ କହିଛନ୍ତି ଯେ, ଜଣେ ଯୁବତୀଙ୍କ ସହ ଫେସବୁକରେ ସମ୍ପର୍କ ସ୍ଥାପନ କରି ଦୁଇ ବର୍ଷ ଧରି ତାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ବୋଲି କହିଛନ୍ତି। ଶେଷରେ ଏହି ପ୍ରେମ ଯୋଗୁଁ ଚକ୍ରାନ୍ତର ଶିକାର ହୋଇ ସେ ୫ ଲକ୍ଷ ଟଙ୍କା ହରାଇବା ସହ ସେହି ଫେସବୁକର ବନ୍ଧୁ ଜଣକ ଜଣେ ଯୁବତୀ କି ଯୁବକ ବା କୌଣସି ଛଦ୍ମ ନାରୀ (ଫେକ୍ ଗାର୍ଲ) ସେ ବିଷୟରେ ଅସ୍ପଷ୍ଟ ରହିଥିବା କହିଛନ୍ତି। ନିଜ ପାଞ୍ଚ ଲକ୍ଷ ଟଙ୍କା ଫେରିପାଇବା ନେଇ ସେ ଗୋପ ଥାନାରେ ଏତାଲା ଦେଇଛନ୍ତି। ଏତାଲା ଅନୁସାରେ ସେ ଯୁବତୀ ହେଉଛନ୍ତି ଯାଜପୁର ବରି ଥାନା ଅଞ୍ଚଳର ସୁରେଶ ସାମଲଙ୍କ ଝିଅ ୨୨ ବର୍ଷୀୟା ନିବେଦିତା ସାମଲ।
ପ୍ରଶାନ୍ତ ସାହୁ ଆହୁରି କହିଛନ୍ତି ଯେ, ଦୁଇ ବର୍ଷ ତଳେ ଫେସବୁକରେ ନିବେଦିତା ସାମଲ ନାମକ ଯୁବତୀଙ୍କ ଠାରୁ ଏକ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥିଲା। ତାଙ୍କ ଆକର୍ଷଣୀୟ ଚେହେରା ଥିବା ପ୍ରୋଫାଇଲ ଫଟୋ ଦେଖି ମୁଁ ଖୁସି ହୋଇ ଆକ୍ସେପ୍ଟ କରିଥିଲି। ପରେ ଚାଟିଂ ଆରମ୍ଭ ହୋଇଥିଲା ଆମର। ଏପରିକି ମୁଁ ତାଙ୍କୁ ପ୍ରେମ ନିବେଦନ କରିବା ସହ ସେ ମୋତେ ବିବାହ କରିବାକୁ ମଧ୍ୟ କହୁଥିଲେ। ଧୀରେ ଧୀରେ ନିବିଡ଼ ସମ୍ପର୍କ ନିବିଡ଼ ହେବା ସହ । ଅନ୍ତରଙ୍ଗ କଥାବାର୍ତ୍ତାର ସୀମା ପାର ହୋଇ ଯାଉଥିଲା ବୋଲି ସେ କହିଛନ୍ତି।
ପ୍ରଶାନ୍ତଙ୍କ ଅଭିଯୋଗ ଅନୁଯାୟୀ, ଦିନେ ନିବେଦିତା ଫୋନ କରି କହିଲା ତା’ ବାପା ୫୨ ବର୍ଷୀୟ ସୁରେଶ ସାମଲଙ୍କ ଦେହ ଅସୁସ୍ଥ । ତୁରନ୍ତ ଟଙ୍କା ଦରକାର ଭୁବନେଶ୍ୱର ଏମ୍ସ ନେବା ପାଇଁ । ପ୍ରଥମେ ନିବେଦିତା ଦେଇଥିବା ୩୮୨୩୪୮୯୦୫୫୨ ନମ୍ବର ବିଶିଷ୍ଟ ଆକାଉଣ୍ଟକୁ ମୁଁ ତିନି ଲକ୍ଷ ଟଙ୍କା ଇ-ପେମେଣ୍ଟ କରିଥିଲି। କିଛି ଦିନ ପରେ ପୁଣି ମା’ଙ୍କ ଦେହ ଖରାପ କହିବା ସହ ପୂର୍ବ ପରି ଦୁଇଟି ଆକାଉଣ୍ଟ ନମ୍ବର ଦେଇଥିଲେ। ଏହି ଭଳି ସମୁଦାୟ ପାଞ୍ଚଟି ଆକାଉଣ୍ଟ ନମ୍ବର ଦେଇଥିଲେ । ତାଙ୍କୁ ସମୁଦାୟ ପାଞ୍ଚ ଲକ୍ଷ ଟଙ୍କା ଦେଇଥିବା ସେ କହିଛନ୍ତି।
ପ୍ରଶାନ୍ତଙ୍କ କହିବା ଅନୁସାରେ ତାଙ୍କୁ ନିବେଦିତା ଦେଇଥିବା ଆକାଉଣ୍ଟ ନମ୍ବରଗୁଡ଼ିକ ହେଉଛି ୨୦୩୪୭୪୧୨୩୬୫ ଓ ୩୪୫୪୫୮୨୯୩୯୧ । ତା’ ଛଡ଼ା ନିବେଦିତା ସଂଗ୍ରାମ ସାମଲ ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟ ନମ୍ବର ୩୬୯୨୨୩୩୯୫୦୧୭, କଳ୍ପନା ସାମଲ ନାମକ ବ୍ୟକ୍ତିଙ୍କ ଆକାଉଣ୍ଟ ୩୭୧୧୯୯୩୬୩୧୪, ପ୍ରମୋଦିନୀ ରାୟ ନାମକ ବ୍ୟକ୍ତିଙ୍କ ଆକାଉଣ୍ଟ ୬୧୪୦୪୨୨୧୩୪, ନିବେଦିତା ପରମାଣିକ ନାମକ ବ୍ୟକ୍ତିଙ୍କ ଆକାଉଣ୍ଟ ୩୬୯୮୮୮୮୦୫୯୬ ଓ ଲକି ଜେନାଙ୍କ ଆକାଉଣ୍ଟ ୩୪୩୦୦୧୫୦୦୪୩୬ ଲେଖି ତାଙ୍କୁ ମେସେଜ କରିଥିଲେ ବୋଲି ସେ ନିଜ ଏତାଲାରେ କହିଛନ୍ତି ।
ଟଙ୍କା ଦେବା ପରେ ପ୍ରଶାନ୍ତ ନିବେଦିତାଙ୍କ ଫୋନ ନମ୍ବର ୭୮୪୭୯୩୫୮୬୩ରେ ଯୋଗାଯୋଗ କରିଥିଲେ ସୁଦ୍ଧା ସେ ଫୋନ ରିସିଭ କରୁ ନ ଥିଲେ କି ଫେସବୁକ ମେସେଜରେ ବି ଜବାବ ବି ଦେଉ ନ ଥିଲେ ବୋଲି ସେ କହିଛନ୍ତି। ନିବେଦିତାଙ୍କୁ ଫୋନ କଲେ ତାଙ୍କ ନମ୍ବରଟି ଶମ୍ଭୁ ରାୟ କଣ୍ଟ୍ରାକ୍ଟର ନାଁରେ ଟୃକଲରରେ ଆସୁଥିବା ବେଳେ ଟଙ୍କା ଫେରାଇବା ନେଇ ସେ ଦିନ ଗଡ଼ାଇ ଫୋନକୁ ରିସିଭ କରୁ ନ ଥିଲେ। ପରେ ସେ ନିଜେ ତାଙ୍କ ସନ୍ଧାନ ନେବା ପାଇଁ ବରିର ବିଞ୍ଝାରପୁର ଥାନା ଅଞ୍ଚଳରେ ସନ୍ଧାନ କରିଥିଲି, ହେଲେ ନିବେଦିତା ସାମଲ ନାଁର କୌଣସି ଯୁବତୀଙ୍କ ସୂଚନା ପାଇ ନ ଥିବା କହିଛନ୍ତି ପ୍ରଶାନ୍ତ।
ଏହି ଏତଲା ସମ୍ପର୍କରେ ଗୋପ ଥାନା ଅଧିକାରୀ କହିଛନ୍ତି ଯେ, ଏହି ଠକେଇ ସମ୍ପର୍କରେ ମିଳିଥିବା ଏତାଲାକୁ ନେଇ ଆମେ ଏକ ମାମଲା ରୁଜୁ କରିଛୁ। ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ।
Comments are closed.