ଆଜିଠୁ +୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ

ଭୁବନେଶ୍ୱର: ଆଜିଠୁ +୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ। +୨ ପ୍ରଥମ ପର୍ଯ୍ୟାୟ ନାମଲେଖା ସରିବା ପରେ ମୋଟ୍ ୧ ଲକ୍ଷ ୨୫ ହଜାର ୪୫୦ ସିଟ୍ ଖାଲି ପଡିଛି। ତେବେ ଏହି ସିଟ୍ଗୁଡିକ ପୂରଣ କରିବା ପାଇଁ ଆଜି ଦିନ ୧୧ଟା୩୦ରୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଆରମ୍ଭ ହେବ। ଆସନ୍ତା ୨୩ ତାରିଖ ଅପରାହ୍ନ ୨ଟାରେ ମେଧା ତାଲିକା ପ୍ରକାଶ ପାଇବ। ମେଧା ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ୨୪ରୁ ୨୭ ତାରିଖ ମଧ୍ୟରେ ନାମଲେଖିପାରିବେ।
ରାଜ୍ୟରେ ବିଜ୍ଞାନରେ ସର୍ବାଧିକ ୬୭ ହଜାର ୪୯୨ ସିଟ୍ ଖାଲି ପଡିଥିବା ବେଳେ କଳାରେ ୩୦ ହଜାର ୨୦୬, ବାଣିଜ୍ୟରେ ୧୮ହଜାର ୨୭୭, ସଂସ୍କୃତରେ ୪ ହଜାର ୨୮୫ ଓ ଧନ୍ଦାମୂଳକରେ ୫ହଜାର ୧୯୦ ସିଟ୍ ଖାଲି ପଡିଛି।
ଡିସେମ୍ବର ୩ ତାରିଖରେ ସ୍ପଟ୍ ମେଧା ତାଲିକା ବାହାରିବ। ୪ ତାରିଖ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରିବେ। ସେହିଦିନ ଅପରାହ୍ନ ୪ଟା ବେଳେ ଚୂଡାନ୍ତ ମେଧା ତାଲିକା ପ୍ରକାଶ ପାଇବ। ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ୫ ତାରିଖ ସକାଳ୧୦ଟାରୁ ଅପରାହ୍ନ ୪ଟା ମଧ୍ୟରେ ସ୍ପଟ୍ ତାଲିକା ଛାତ୍ରଛାତ୍ରୀ ନାମ ଲେଖିପାରିବେ।
Comments are closed.