Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ସୁସ୍ଥ ହେଲେ ୧୬୪୧ ଜଣ ଆକ୍ରାନ୍ତ

ଭୁବନେଶ୍ଵର: ଦୀର୍ଘ ଆଠ ମାସ ପରେ ରାଜ୍ୟରେ କମୁଛି କରୋନ ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୬୪୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨, ୮୫, ୧୭୪ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ପରି ମୟୂରଭଞ୍ଜରୁ ୧୪୯, ଜଗତସିଂହପୁରରୁ ୧୨୨, କଟକରୁ ୧୦୯, ଅନୁଗୁଳରୁ ୮୪, ସୁନ୍ଦରଗଡରୁ ୮୩, ବଲାଙ୍ଗୀରରୁ ୭୮, ବାଲେଶ୍ଵରରୁ ୭୬, କେନ୍ଦ୍ରାପଡାରୁ ୬୩, କେନ୍ଦୁଝରରୁ ୫୬, ମାଲକାନଗିରିରୁ ୫୪, କୋରାପୁଟରୁ ୫୧, କଳାହାଣ୍ଡିରୁ ୪୮, ନୂଆପଡାରୁ ୪୮ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

ସେହିପରି ପୁରୀରୁ ୪୭, ନବରଙ୍ଗପୁରରୁ ୪୨, ବରଗଡରୁ ୩୯, ନୟାଗଡରୁ ୩୩, ଢେଙ୍କାନାଳରୁ ୩୨, ଝାରସୁଗୁଡାରୁ ୩୨, ସମ୍ଵଲପୁରରୁ ୨୯, ଭଦ୍ରକରୁ ୨୫, ଯାଜପୁରରୁ ୨୨, ସୋନପୁରରୁ ୧୮, ବୌଦ୍ଧରୁ ୧୭, ଦେବଗଡରୁ ୧୩, କନ୍ଧମାଳରୁ ୧୨, ରାୟଗଡାରୁ ୮ ଓ ଗଜପତିରୁ ୪ ଜଣ କରୋନା ମୁକ୍ତ ହୋଇଛନ୍ତି।

ପ୍ରକାଶ ଯେ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୯୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୯୮, ୭୬୮କୁ ବୃଦ୍ଧି ଘଟିଛି। ଅନ୍ୟପଟେ ଦୈନିକ ମୃତ୍ୟୁ ସଂଖ୍ୟା ସଭିଙ୍କୁ ଡରାଉଛି। ଆଜି ଆଉ ୧୫ ଜଣ କରୋନାରେ ଆଖି ବୁଜିଛନ୍ତି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୯୩କୁ ବୃଦ୍ଧି ଘଟିଛି।

Comments are closed.