କରୋନା: ରାଜ୍ୟରେ ସୁସ୍ଥ ହେଲେ ୧୬୮୩ ସଂକ୍ରମିତ
ଭୁବନେଶ୍ଵର: ଦୀର୍ଘ ଆଠ ମାସ ପରେ ରାଜ୍ୟରେ କମୁଛି କରୋନା ସଂଖ୍ୟା। ଆଜି ରାଜ୍ୟରେ ଆଉ ୧୬୮୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨, ୮୬, ୮୭୫ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଆଜି ଏହାର ସୂଚନା ଦିଆଯାଇଛି।
ବିଭାଗ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୨୧୭ ଜଣ କରୋନାରୁ ଆରୋଗ୍ୟ ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲାରୁ ୧୧୩, କଟକରୁ ୧୦୪, ବୌଦ୍ଧରୁ ୯୧, କଳାହାଣ୍ଡିରୁ ୮୩, ମୟୂରଭଞ୍ଜରୁ ୮୦, ବାଲେଶ୍ଵରରୁ ୭୮, ନୂଆପଡାରୁ ୭୬, ପୁରୀରୁ ୭୬, ଅନୁଗୁଳରୁ ୬୪, କୋରାପୁଟରୁ ୬୧, କେନ୍ଦୁଝରରୁ ୫୯, ଜଗତସିଂହପୁରରୁ ୫୫, ଢେଙ୍କାନାଳରୁ ୫୨, କେନ୍ଦ୍ରାପଡାରୁ ୫୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।
ସେହି ପରି ବଲାଙ୍ଗୀରରୁ ୪୬, ଭଦ୍ରକରୁ ୪୦, ଯାଜପୁରରୁ ୩୪, ନୟାଗଡରୁ ୩୪, ମାଲକାନଗିରିରୁ ୩୩, ବରଗଡରୁ ୩୨, ନବରଙ୍ଗପୁରୁ ୩୨, ଝାରସୁଗୁଡାରୁ ୨୭, ଗଞ୍ଜାମରୁ ୨୬, ସୋନପୁରରୁ ୨୩, ସମ୍ବଲପୁରରୁ ୨୦, ରାୟଗଡାରୁ ୧୪, କନ୍ଧମାଳରୁ ୧୨, ଦେବଗଡରୁ ୭ ଓ ଗଜପତିରୁ ୭ ଜଣ କରୋନାକୁ ମାତ୍ ଦେବାରେ ସଫଳ ହୋଇଛନ୍ତି।
ପ୍ରକାଶ ଯେ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩୭୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ତିନି ଲକ୍ଷ ଟପି ୩,୦୦,୧୪୦କୁ ବୃଦ୍ଧି ଘଟିଛି। ଅନ୍ୟପଟେ ଦୈନିକ ମୃତ୍ୟୁ ସଂଖ୍ୟା ସଭିଙ୍କୁ ଡରାଉଛି। ଆଜି ଆଉ ୧୭ ଜଣ କରୋନାରେ ଆଖି ବୁଜିଛନ୍ତି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪ ଶହ ଟପି ୧୪୧୦ରେ ପହଞ୍ଚିଛି।
Comments are closed.