ଆଜିଠୁ ଗଡ଼ିଲା ରାଉରକେଲା-ଭୁବନେଶ୍ୱର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର: ଟ୍ରେନ୍ରେ ଯାତ୍ରା କରୁୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ରାଉରକେଲା-ଭୁବନେଶ୍ୱର ମଧ୍ୟରେ ଚାଲିବ ସ୍ବତନ୍ତ୍ର ଟ୍ରେନ୍। ଏହି ସ୍ୱତନ୍ତ୍ର ଟ୍ରେନ୍ ନଭେମ୍ବର ୭ରୁ ଡିସେମ୍ବର ୩୧ ଯାଏ ଚାଲିବ ନେଇ ସୂଚନା ରହିଛି।
ଏହି ସ୍ବତନ୍ତ୍ର ଟ୍ରେନ୍ ସପ୍ତାହର ୫ଦିନ ସକାଳ ୫ଟା୧୦ ମିନିଟରେ ଛାଡି ଅପରାହ୍ନ ୧୨ଟା ୩୦ ମିନିଟରେ ଭୁବନେଶ୍ୱରରେ ପହଞ୍ଚିବ। ସେହିପରି ଉକ୍ତ ଦିନ ଅପରାହ୍ନ ୨ଟା ୧୦ ମିନିଟରେ ଭୁବନେଶ୍ୱରରୁ ଛାଡି ରାତି୯ଟା ୪୦ରେ ରାଉରକେଲାରେ ପହଞ୍ଚିବ ବୋଲି ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଏହି ସ୍ୱତନ୍ତ୍ର ଟ୍ରେନ୍ରେ ୧୦ଟି କୋଚ ରହିଥିବାବେଳେଗୋଟିଏ ଏସି ଚେୟାର କାର, ଦୁଇଟି ଦ୍ୱିତୀୟ ଶ୍ରେଣୀ ଏସି ଚେୟାର କାର ଏବଂ୨ଟି ଲଗେଜ ଭ୍ୟାନ୍ ରହିଛି। ଉଭୟ ଦିଗରୁ ରାଜଗାଙ୍ଗପୁର, ବାମରା, ଝାରସୁଗୁଡା,ରେଙ୍ଗାଲୀ, ସମ୍ବଲପୁର ସିଟି, ରେଢାଖୋଲ, ବଇଣ୍ଡା, ଅନୁଗୁଳ, ତାଳଚେର ରୋଡ,ଢେଙ୍କାନାଳ ଏବଂ ନରାଜ ମାର୍ଥାପୁର ଷ୍ଟେସନରେ ରହିବ।
Comments are closed.