Odisha Link
Bridging the Missing Links in Odisha

“ବିଜେପିକୁ ଭୋଟ୍ ଦେବ, ବିଜେଡି-ବିଜେପି ଗୋଟେ ଦଳ”

ବାଲେଶ୍ବର: “ବିଜେପିକୁ ଭୋଟ୍ ଦେବ, ବିଜେଡି-ବିଜେପି ଗୋଟେ ଦଳ” ଜୀବନପ୍ରଦୀପଙ୍କ ଏହି ଅଡିଓଟି ଭାଇରାଲ ହେବାରେ ଲାଗିଛି । ସେ ତାଙ୍କର ଜଣେ କର୍ମୀଙ୍କ କଥାବାର୍ତ୍ତା ହେଉଥିଲା।

ତେବେ ବାଲେଶ୍ବର ସଦର ଉପନିର୍ବାଚନରେ ଦଳ ବିରୋଧୀ କାମ କରିଥିବା ଅଭିଯୋଗରେ ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶଙ୍କୁ ବିଜେଡି ସୁପ୍ରିମୋ ନିଲମ୍ବନ କରିଛନ୍ତି। ସେ ଦଳରୁ ପ୍ରଥମେ ନିଲମ୍ବିତ ହୋଇଥିଲେ, ପରେ ଦଳ ଛାଡ଼ିଲେ।

ଜୀବନ ପ୍ରେସମିଟିରେ କହିଛନ୍ତି ଯେ, ଅଭିଯୋଗ ଉପରେ ପକ୍ଷ ରଖିବାକୁ ସୁଯୋଗ ନଦେବାରୁ ଇସ୍ତଫା ଦେଲି। ଉପନିର୍ବାଚନରେ ଯାହା ଦାୟିତ୍ବ ଦିଆଯାଇଥିଲା କରିଥିଲି।

ଭାଇରାଲ ଅଡିଓ ଥିଲା ଏମିତି…

ଜୀବନ: ବିଜେପିକୁ ଡାଇରେକ୍ଟ ଦିଅ, ଆମ ପ୍ରୋକ୍ଟେସନରେ ରହିଲ। ନହେଲେ କଂଗ୍ରେସକୁ ଦିଅ।

କର୍ମୀ: ହଁ ବୁଝିଗଲି। ହେଲେ କଂଗ୍ରେସ ତ ଯିବେନି କିଛି ଲୁକ। କାରଣ ଇଏ ତ ଭୁଲ କରିଛନ୍ତି, ତାଙ୍କ ମାଇଣ୍ଡରେ ଜାଣିଛନ୍ତି କିଛି ନାଇଁ…ହେନେ ଭାଇ ଏବେ ଡିସାଇଡ କଣ ହେଲା?

ଜୀବନ: ବିଜେପିକୁ ଦବ। ତେଣୁ ତାକୁ କିମିତି ଲାଗିବ, କଣ କଥା ହବ, କଣ ଦରକାର, ସେଥିପାଇଁ ଯଦି ଫାଇନାନ୍ସ ଦରକାର ହେବ ମୁଁ ତା ପାଇଁ ଆରେଞ୍ଜ୍‌ କରେଇଦେବି

କର୍ମୀ: ନମସ୍କା‌ର ଭାଇ। ବହୁତ ଦିନ ପରେ ଫୋନ୍‌..କିସ କଥା, କିସ ଚୁପ୍‌ଚାପ ହେଇ ବସିଗଲେ ଆପଣ

ଜୀବନ: ବସେଇ ଦେଲେ ମୋ‌ତେ ଆଉ, ଦଳ ମୋର ବସେଇଦେଲା। ଆଉ ମୁଁ କଣ କରିବି?
କର୍ମୀ: ମାନେ ମେଟର କିସ କୁହନା, ଆମେ ବୁଝି ପାରୁନୁ କିଛି ଏ ଦଳର?

ଜୀବନ: ମେଟର ମାନେ ବଦମାସି ମୋ ସହ କଲେ, ଦଳର ସବୁ ବେଇମାନ କଲେ ଆଉ।
କର୍ମୀ: ଆଚ୍ଛା ଏ ୩ ନମ୍ବର କିମିତି ଟିକେଟ ପାଇଗଲା ଆମର?

ଜୀବନ: ସିଏ ଆକ୍ଚୁଆଲି ଥିଲା ଯେ, ରବି ଜେନା ତାକୁ ‌ଗୁଟେ ଟିକେଟ ଦିଆ କରେଇଲା। ଦିଆ କରେଇକି ତାକୁ କହିଦେଇଥିଲା ଯେ, ତୁ କହିବୁ ମୁଁ ଲଢ଼ିବିନି, ଛାଡ଼ିଦେବି। ସିଏ ବି ପ୍ରଥମେ ମିଡିଆରେ ସେଇକଥା କହିଲା, ମୁଁ କିଏ..ମୁଁ ଲଢ଼ିପାରିବିନି..ସିଏ ସାର ଲଢ଼ିବେ..ରବିବାବୁ ଲଢ଼ିବେ।

ମୁଁ ଟିକେଟ ନେଇକି ତାଙ୍କ ପାଖକୁ ଯିବି। କହିକି ଦି ଦିନ କାଳ ସେ ଟିକେଟାକୁ ନେଇ ତାଙ୍କ ଘରେ ପକେଇଦେଇକି ଚାଲିଆସିଲା। ସିଏ କଣ କଲା..କିଛିଲୋକ ଏକତ୍ରିତ କରିକି..ରବି ଜେନା ଲଢ଼ୁ..ରବି ଜେନା ଲଢ଼ୁ…ଏମିତି ସବୁ ସେଠି ସ୍ଲୋଗାନ ଫ୍ଲୋଗାନ ଦିଆ କରେଇଲେ ୨/୩ହଜାର ଲୋକ ଏକତ୍ରିତ କରେଇକି।
କର୍ମୀ: ଆଚ୍ଛା

ଜୀବନ: କିନ୍ତୁ, ସେତେବେଳେ ମୁଁ ଜିଦ୍‌ ଧରିଲି..ଯଦି ଟିକେଟ ଚେଞ୍ଜ ହେବ, ତା’ହେଲେ ମୁଁ କାହିଁକି ଲଢ଼ିବିନି…ରବି ଜେନା କାହିଁକି ଲଢ଼ିବ? ସେଇଠୁ ସେମାନେ କହିଲେ ନାହିଁ ତାହେଲେ ଠିକ୍‌ ଅଛି..ସିଏ ଲଢ଼ୁ। ଆଉ ସିଏ ହେଉଛି ରବି ଜେନାର ପାଲତୁ କୁତା ପ୍ଲାସ କୁନା ଦାସର ଭାଇ ହେଉଛି ସେ। ମାନେ ଯେତିକି ଚୋର, ଡାକାୟତ, ଗୁଣ୍ଡା ମାନେ ଆମେ ଯେଉଁ ୨୦ ବ‌ର୍ଷ ବାଲେଶ୍ବର ଟାଉନକୁ ଶାନ୍ତି ରଖିଛେ, ସିଏ ଆଉ ରହିବ ନାହିଁ। ଏଠି ରଙ୍ଗଦାରି ସୁରୁ ହେଇଯିବ। ଏଠି ଏକ୍ସଟରସନ..ଏଠି ବିହାର ରକମର ରାଜନୀତି ହେଇଯିବ। ଏତେ ବାଜେ ଲୋକସବୁ ଅଛନ୍ତି ସେଠି।
କର୍ମୀ-୨: ତାହେଲେ ହଇରାଣ ହୋଇଯିବେ ସମସ୍ତେ।

Comments are closed.