ସ୍ୱର୍ଗଦ୍ୱାର ପରିଚାଳନା ଲାଗି ନୂଆ ସମିତି
ପୁରୀ: ସ୍ୱର୍ଗଦ୍ୱାରକୁ ସୁବ୍ୟବସ୍ଥିତ ଭାବରେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ସ୍ୱର୍ଗଦ୍ୱାର ସେବା ସମିତିକୁ ଅନୁମତି ପ୍ରଦାନ କରିଛନ୍ତି। ଏ ସଂକ୍ରାନ୍ତରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଗତମାସ ୨୭ ତାରିଖରେ ଏହାର ପତ୍ର ସଂଖ୍ୟା ୧୬୭୦୧ ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି ।
ସୂଚନା ଅନୁସାରେ ସ୍ୱର୍ଗଦ୍ୱାର ସେବା ସମିତି ସୋସାଇଟି ରେଜିଷ୍ଟ୍ରେସନ ଆଇନ ଅନୁଯାଇ ଏକ ପଞ୍ଜିକୃତ ଅନୁଷ୍ଠାନ ଯାହା ସ୍ୱର୍ଗଦ୍ୱାର ସୁପରିଚାଳନା ପାଇଁ ଆଗକୁ କାର୍ଯ୍ୟ କରିବ। ଏହି ସମିତିରେ ସର୍ବମୋଟ ୯ ଜଣ ସଦସ୍ୟ ରହିବାର ବ୍ୟବସ୍ଥା ରହିଛି। ଅଧକ୍ଷ ଭାବରେ ଜିଲ୍ଲାପାଳ ରହିଥିବା ବେଳେ, ଉପଜିଲ୍ଲାପାଳ ଆବାହକ ସମ୍ପାଦକ ଭାବରେ ରହିଛନ୍ତି ।
ସେହିପରି ଜିଲା ଆରକ୍ଷୀ ଅଧିକ୍ଷକ, ଜେନେରାଲ ମ୍ୟାନେଜର (ଓଡ଼ିଶା ବନ ଉନୟନ), ପୌର ନିର୍ବାହୀ ଅଧିକାରୀ ଅନ୍ୟତମ ସଦସ୍ୟ ଭାବରେ ରହିବେ । ଜିଲ୍ଲା ପ୍ରୋଟୋକାଲ ଅଫିସର ଏହାର କୋଷାଧ୍ୟକ ଭାବରେ କାର୍ଯ୍ୟ କରିବେ । ସମିତି ଅଧ୍ୟକ୍ଷଙ୍କ ଦ୍ୱାରା ମନୋନୀତ ସାମାଜିକ କାର୍ଯ୍ୟ ସହ ଜଡିତ ଥିବା ୩ଜଣ ବ୍ୟକ୍ତିବିଶେଷ ମଧ୍ୟ ଏହି ସମିତିର ସଦସ୍ୟ ରହିବେ । ସେମାନଙ୍କ କାର୍ଯ୍ୟକାଳ ଦୁଇବର୍ଷ ରହିବ ।
Comments are closed.