ହରିଣ ଛାଲ ଜବତ, ତିନି ଗିରଫ

ଢେଙ୍କାନାଳ: ବନ ବିଭାଗ ପାଞ୍ଚଟି ହରିଣ ଛାଲ ଓ ତିନି ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ତା ସହ ସେମାନଙ୍କଠାରୁ ଦୁଇଟି ବନ୍ଧୁକ ମଧ୍ୟ ଜବତ କରିଛି ବନ ବିଭାଗ। କପିଳାସ ବନାଞ୍ଚଳରେ ବନ ଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନିଙ୍କ ନିର୍ଦେଶ କ୍ରମେ କପିଳାସ ସଂରକ୍ଷିତ ଜଙ୍ଗଲରେ ପେଟ୍ରୋଲିଙ୍ଗ କରୁଥିଲେ।
ସେହି ସମୟରେ ଗନ୍ଦିଆ ଥାନା ରମେଇ ଖମାର ଗ୍ରାମର କାମାକ୍ଷା କପିଳେଶ୍ୱର ପିଙ୍ଗୁଆ ଓ ପୀର ବାଦର ନାମକ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଥିଲା ବନ ବିଭାଗ।
ସେହି ଗ୍ରାମର ଆଉ ଜଣଙ୍କ ଘରେ ବନ ବିଭାଗ ଚଢ଼ାଉ କରିଥିଲା। ସେଠାରୁ ପାଞ୍ଚଟି ହରିଣ ଛାଲ, ଚଉଶିଙ୍ଗା ହରିଣ ଶିଙ୍ଗ ଓ ସମ୍ବର ଶିଙ୍ଗ ଜବତ କରିଥିଲା ଓ ଅଶୋକ କୁମାର ନାଥଙ୍କୁ ଗିରଫ କରିଛି ବନ ବିଭାଗ।
ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜିଲ୍ଲା ବନ ଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।
Comments are closed.