କରୋନା: ଦେଶରେ ୪୫,୬୭୪ ସଂକ୍ରମିତ ଚିହ୍ନଟ
![](https://www.odishalink.com/wp-content/uploads/2020/11/Coronavirus.jpg)
ନୂଆଦିଲ୍ଳୀ: ଦୀର୍ଘ ଆଠ ମାସ ପରେ ଦେଶରେ କମୁଛି କରୋନ ସଂକ୍ରମଣ ସଂଖ୍ୟା ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୪୫ହଜାର ୬୭୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ୮୫ ଲକ୍ଷ ୦୭ହଜାର ୭୫୪ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି।
ଏହା ସହିତ ଆଜି ମୃତ୍ୟୁ ସଂଖ୍ୟା ଗତକାଲି ଭଳି ୫୦୦ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଦେଶରେ ୫୫୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୬ହଜାର ୧୨୧ରେ ପହଞ୍ଚିଛି।
ଏବେ ସୁଦ୍ଧା କରୋନାରୁ ସମୁଦାୟ ୭୯ଲକ୍ଷ ୬୮ହଜାର ୯୬୮ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୪୯ ହଜାର ୦୮୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସକ୍ରିୟ ଅଛନ୍ତି ୫ ଲକ୍ଷ ୧୨ହଜାର ୬୬୫ଜଣ।
Comments are closed.